21-APRIL-2022
📌
Published by Srinibash Rout in Odisha
ରାଜ୍ୟରେ ବଢ଼ିଲା ଆଳୁ ଦର ।ଏବେ ଖୁଚରା ବଜାରରେ କିଲୋ ପିଛା ୨୦ରୁ ୨୨ ଟଙ୍କାରେ ବିକ୍ରି ହେଉଛି ଆଳୁ। ପୂର୍ବରୁ କିଲୋ ପିଛା ୨୦ ଟଙ୍କା ଥିବାବେଳେ ଏବେ ୨୨ରୁ ୨୩ ଟଙ୍କା ଦେଇ ଆଳୁ କିଣୁଛନ୍ତି ଗ୍ରାହକ। ଆଗକୁ ଆଳୁ ଦର ଆହୁରି ବଢ଼ିବ ବୋଲି କୁହାଯାଉଛି। ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲ୍ ମୂଲ୍ୟ ରେ ବୃଦ୍ଧି ହେଉଥିବାରୁ ପରିବହନ ଖର୍ଚ୍ଚରେ ବୃଦ୍ଧି ହୋଇଛି। ଓଡ଼ିଶାକୁ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ ହୋଇଆସୁଛି। ଯେଉଁ ପରିବହନ ଖର୍ଚ୍ଚ କୁଇଣ୍ଟାଲ ପିଛା ୯୦ ଟଙ୍କା ଥିଲା, ତାହା ଏବେ ୧୫୦ ଟଙ୍କା ଟପିଲାଣି ।ବର୍ଦ୍ଧିତ ୫୦ରୁ ୬୦ ଟଙ୍କା ପରିବହନ ଖର୍ଚ୍ଚ ଖାଉଟିଙ୍କୁ ଭରଣା କରିବାକୁ ପଡ଼ିବ ।ପଶ୍ଚିମବଙ୍ଗରେ ଆଳୁ କ୍ଵିଣ୍ଟାଲ ପିଛା ହୋଲସେଲ ଦରରେ ୧,୫୦୦ରୁ ୧,୬୫୦ ଟଙ୍କା ରହିଥିବାବେଳେ ଉତ୍ତରପ୍ରଦେଶରେ ୧,୬୫୦ରୁ ୧୭୫୦ ଟଙ୍କା ରହିଛି। ଏହି ମୂଲ୍ୟରେ ଆଗକୁ ବୃଦ୍ଧି ହେବାର ଯୋଜନା ରହିଛି। ବର୍ଦ୍ଧିତ ଦର ଲାଗୁ ହେବା ପରେ ଆଗମୀ ଦିନରେ ୫୦ରୁ ୧୦୦ ଟଙ୍କା ବଢ଼ିବ ଦାମ୍ ।
ଆଳୁ ମୂଲ୍ୟ ସହ ପରିବହନ ଖର୍ଚ୍ଚ ଯୋଡ଼ାଯିବ। ଆଗକୁ ଆଳୁ କିଲୋ ପ୍ରତି ୨୫ରୁ ୩୦ ଟଙ୍କା ହେବାର ସମ୍ଭାବନା ରହିଛି। ଆଳୁ ସହ ଅତିରିକ୍ତ ପରିବହନ ଖର୍ଚ୍ଚ ଗ୍ରାହକଙ୍କ ଉପରେ ଲଦି ହେବ। ଅଧିକ ମୂଲ୍ୟ ଦେଇ ଆଳୁ କିଣା ଯାଉଥିବାରୁ ଆଳୁ ମୂଲ୍ୟରେ ବୃଦ୍ଧି ହୋଇଛି। ଆଳୁ ଆମଦାନୀ ଖର୍ଚ୍ଚ ବଢ଼ିଲେ ଅଧିକ ଦାମରେ ଆଳୁ ବିକ୍ରି କରାଯିବ ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ।
https://socialnewsodiaofficial.blogspot.com
0 Comments