24-APRIL-2022


📌


Published by Srinibash Rout in Odisha 

ପୁରୀ ମୁନସିପାଲିଟି ଅଫିସରେ ଏନଫୋର୍ସ ମେଣ୍ଟ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା କାଶିନାଥ ମହାରଣାଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ସମଜିଦ୍ ପାଖରେ ଘଟିଛି ଏଭଳି ଘଟଣା ।ଦୁର୍ବୁତ୍ତମାନେ ୩ଟି ବୋମା ମାଡ଼ କରି ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୁତ୍ତଙ୍କ ବୋମାମାଡ଼ରେ କାଶିନାଥଙ୍କ ଝିଅ ଆହତ ହୋଇଥିବା ବେଳେ ଘରର କାନ୍ଥ ଭାଙ୍ଗି ଯାଇଛି। ସୂଚନା ମୁତାବକ ଦୁର୍ବୃତ୍ତମାନେ ଗତ ୧୬ ତାରିଖରେ କାଶୀନାଥ ଙ୍କ ଘରୁ ପାରା ଚୋରି କରିଥିଲେ ।ଏନେଇ କାଶୀଥାନା କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ ।ପରେ ଅଭିଯୁକ୍ତମାନେ କେଶ୍ ଉଠାଇବାକୁ ଧମକ୍ ଦେବା ପରେ ବୋମା ମାଡ଼ କରିଥିବା କାଶୀନାଥ ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।


https://socialnewsodiaofficial.blogspot.com