26-APRIL-2022


📌


BY Srinibash Rout in Odisha

ରାଜ୍ୟବ୍ୟାପୀ ଅସହ୍ୟ ଗ୍ରୀଷ୍ମ ଲହରୀ ଜାରି ରହିଛି ।ସ୍ଥିତି ଏପରି ହୋଇଛି ଯେ ଲୋକେ ଏବେ ଗ୍ରୀଷ୍ମ ଦାଉରୁ ତ୍ରାହିତ୍ରାହି ଡାକିଲେଣି ।ଦିନ ୯ଟା ବାଜିଲେ ଘରୁ ପଦାକୁ ବାହାରିବା ମୁସ୍କିଲ୍ ହୋଇପଡ଼ୁଛି ।ଦିନ ୧୧ଟାବେଳକୁ ସ୍ଥିତି ଅସମ୍ଭାଳ ।ପଦାକୁ ବାହାରିଲେ ଯେମିତି ତତଲା ପ୍ରହାର ବାଜୁଛି ଦେହ ହାତରେ ।ମୁହଁ, ହାତ, ପାଦ ଜଳିଲା ଭଳିଲା ଲାଗୁଛି ।ଘର ଭିତରେ ବି ରହିବା କଷ୍ଟକର ହୋଇପଡ଼ୁଛି ।


ପାଣିପାଗ କେନ୍ଦ୍ରର ସୂଚନା ଅନୂସାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ବଢ଼ିବ । ଆଜି ଠାରୁ ଅର୍ଥାତ୍ ମଙ୍ଗଳବାର ୨୬ ତାରିଖ ଠାରୁ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୪ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ତାତି ଅନୁଭୂତ ହେବ ।ମେ’ ପହିଲା ଯାଏଁ ଗ୍ରୀଷ୍ମର ଏଭଳି ଭୟାନକ ପ୍ରକୋପ ଜାରି ରହିବ ।ଜନଜୀବନ କୁ କଲବଲ କରିବ ।ପୂର୍ବାନୁମାନ ଠାରୁ ବି ଭୟଙ୍କର ରୂପ ନେଲାଣି ଗ୍ରୀଷ୍ମ ପ୍ରବାହ ।ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରକୁ ଯାଉଥିଲେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।


ମେ’ ୩୦ ତାରିଖ ରୁ ମେ’ ୨ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ସହିତ କୁଆପଥର ବର୍ଷା ହୋଇପାରେ ।ହେଲେ ବଲାଙ୍ଗୀର, ସୋନପୁର, ଟିଟିଲାଗଡ଼, ବୌଦ୍ଧ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ବଢ଼ିଚାଲିବ। ୨୭ରୁ ୨୯ ଭିତରେ ଗୋଟିଏ ଦୁଇଟି ସ୍ଥାନରେ ୪୬ଂ ତାପମାତ୍ରା ଛୁଇଁବା ସମ୍ଭାବନା ରହିଛି ।ମେ’ ୧ ଓ ୨ରେ କିଛି ସ୍ଥାନରେ କାଳବୈଶାଖୀ ଯୋଗୁଁ ତାପମାତ୍ରା ହ୍ରାସ ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ।


ଗତକାଲି ସୋମବାର ଚାନ୍ଦବାଲିରେ ୪୦.୩ ଡ଼ିଗ୍ରୀ ରହିଥିବା ବେଳେ କଟକରେ ୪୦.୨, ଭୁବନେଶ୍ୱରରେ ୪୦.୮, ଅନୁଗୁଳରେ ୪୩.୭, ବାରିପଦାରେ ୪୩.୭, ଝାରସୁଗୁଡାରେ ୪୩.୨, କେନ୍ଦୁଝରରେ ୪୦.୮, ସମ୍ବଲପୁରରେ ୪୩, ସୁନ୍ଦରଗଡରେ ୪୨.୫, ହୀରାକୁଦରେ ୪୨.୬, ଭବାନୀପାଟଣାରେ ୪୨.୫, ଟିଟିଲାଗଡରେ ୪୩.୮, ତାଳଚେରରେ ୪୩, ଭଦ୍ରକରେ ୪୧.୫, ଯାଜପୁରରେ ୪୧.୨, ଢେଙ୍କାନାଳରେ ୪୦.୫, ଦେବଗଡ଼ରେ ୪୨.୬, ବରଗଡ଼ରେ ୪୨, ନୂଆପଡ଼ାରେ ୪୧, ଖୋର୍ଦ୍ଧାରେ ୪୨, କେନ୍ଦ୍ରାପଡ଼ାରେ ୪୨.୨, ସୋନପୁରରେ ୪୩.୪, ବୌଦ୍ଧରେ ୪୨.୫, ନୟାଗଡ଼ରେ ୪, ପାରଳାଖେମୁଣ୍ଡିି ଓ ମାଲକାନଗିରିରେ ୪୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।




https://socialnewsodiaofficial.blogspot.com/?m=1