23-APRIL-2022
📌
Published by Srinibash Rout in Odisha
ପୁଣି ଦୁଷ୍କର୍ମ ଘଟଣା ।ରାଜ୍ୟ ପାଇଁ ଲଜ୍ଜା ।ନାକଟି ଦେଉଳର ବ୍ଲକ୍ ସାହେବିର ପୂର୍ବତନ ସରପଞ୍ଚ ତଥା କଂଗ୍ରେସର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗିରଫ ।
ସୂଚନା ଅନୁସାରେ, ଗତବର୍ଷ ବିରଞ୍ଚିଙ୍କ ସ୍ତ୍ରୀ ପୁରୀରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଆହତ ହୋଇଥିଲେ। ତାଙ୍କୁ ସେବା କରିବାକୁ ବିରଞ୍ଚତ୍ ଜଣେ ନାବାଳିକାଙ୍କୁ ଆଣି ଘରେ ରଖିଥିଲେ। ହେଲେ ବିବାହର ଦୀର୍ଘବର୍ଷ ପରେ ମଧ୍ୟ ବିରଞ୍ଚିଙ୍କ କୌଣସି ସନ୍ତାନ ନ ହେବାରୁ ନାବାଳିକାଙ୍କ ବାପା ସହିତ କଥାବାର୍ତ୍ତା କରି ତାଙ୍କୁ ସ୍ତ୍ରୀ ଭାବେ ରଖିଥିଲେ। ପ୍ରାୟ ୧ବର୍ଷ ହେବ ବିରଞ୍ଚି ନାବାଳିକାଙ୍କୁ ବଳାତ୍କାର କରିଆସୁଥିଲେ। ଏପରି କି ନାବାଳିକାଙ୍କୁ ପରିବାର ଲୋକଙ୍କ ସହ କଥା କରାଇ ଦେଉ ନ ଥିଲେ। ଗତ ୧୯ ତାରିଖରେ ନାବାଳିକା ଜଣକ କୌଶଳ କ୍ରମେ ଖସିଆସି ପରିବାର ଲୋକଙ୍କୁ ସବୁକଥା କହି କେଉଁ ଆଡ଼େ ଚାଲିଯାଇଥିଲେ। ଏ ନେଇ ୨୦ତାରିଖରେ ନାବାଳିକାଙ୍କ ବାପା ନାକଟିଦେଉଳ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୮୩/୨୨) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ କିଶିଣ୍ଡା ଥାନା ଅଞ୍ଚଳରେ ରହିଥିବା ସମ୍ପର୍କୀୟଙ୍କ ଘରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବିରଞ୍ଚି ଙ୍କୁ ଗିରଫ କରିଛି ।ଆଜି ଅର୍ଥାତ୍ ଶନିବାର ୨୩ ତାରିଖ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ବିଭୂତି ଭୂଷଣ ଦଳାଇ କହିଛନ୍ତି।
ସୂଚନାଯୋଗ୍ୟ,ନାକଟି ଦେଉଳ ଥାନା ସାହେବୀ ପଞ୍ଚାୟତର ବିରଞ୍ଚି ବେହେରା ୨୦୦୭ ମସିହାରେ କଂଗ୍ରେସ ଦଳରୁ ଜିଲ୍ଲା ପରିଷଦ ଏବଂ ୨୦୧୨ରେ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ ।
(ନାବାଳିକାର ପରିବାରର ଅଭିଯୋଗକୁ ଭିତ୍ତି କରି ନାକଟି ଦେଉଳ ପୋଲିସ ବିରଞ୍ଚି ଙ୍କୁ ଗିରଫ କରିଛି)
https://socialnewsodiaofficial.blogspot.com
0 Comments