30-APRIL-2022


📌


BY: SRINIBASH ROUT

ସତର୍କ ନ ରହିଲେ ବିପଦ, ବଢ଼ୁଛି କରୋନା ସଂକ୍ରମଣ ।ରାଜ୍ୟରେ ଶେଷ ପର୍ଯ୍ୟାୟରେ କରୋନା ସଂକ୍ରମଣ ।ଫଳରେ ଦୈନିକ ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ ଜଣ ଚିହ୍ନଟ ହୋଇଥିବାବେଳେ ୩ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।ରାଜ୍ୟରେ ମୋଟ୍ କୋଭିଡ୍ ମାମଲା ୧୨,୮୮,୦୪୬କୁ ବୃଦ୍ଧି ପାଇଛି ।ଏମାନଙ୍କ ମଧ୍ୟରୁ ୧୨,୭୮,୭୮୯ ଜଣ ସୁସ୍ଥ ହୋଇଥିବାବେଳେ ୮୦ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହି ତଥ୍ୟ ପ୍ରଦାନ କରିଛନ୍ତି।


ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସଂକ୍ରମଣ ବଢ଼ିଲେ ହସ୍ପିଟାଲ୍ ତୁରନ୍ତ ଖୋଲାଯିବ। ଟିକା କରଣ ବଢ଼ାଯାଉଛି। ଭିଡ଼ ସ୍ଥାନରେ ମାସ୍କ ପିନ୍ଧନ୍ତୁ। ସାମାଜିକ ଦୂରତା ଅବଲମ୍ବନ କରନ୍ତୁ। ଦରକାର ନ ଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ। କରୋନା ସଂକ୍ରମଣ ଚିନ୍ତାଜନକ ଭାବେ ବୃଦ୍ଧି ପାଉଥିବାବେଳେ ଆଗାମୀ ୩ ରୁ ୪ ସପ୍ତାହ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ।




https://socialnewsodiaofficial.blogspot.com