21-APRIL-2022
📌
Published by Srinibash Rout in Odisha
ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।ରାଜ୍ୟରେ ଦିନର ତାପମାତ୍ରା ବଢ଼ୁଥିବାରୁ ତାତି ବଢ଼ିବାରେ ଲାଗିଛି ।ସାରା ରାଜ୍ୟରେ ଅର୍ଥାତ୍ ଉପାନ୍ତରୁ ଉପକୂଳ, ଆଭ୍ୟନ୍ତରରୁ ପଶ୍ଚିମ ଓଡ଼ିଶା ସବୁଠି ତାତିର ପ୍ରଭାବ ।ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହୁଛି ।ଆଗକୁ ଏହା ୪୪ରୁ ୪୫ ଡ଼ିଗ୍ରୀ ଟପିବା ସମ୍ଭାବନା ରହିଛି ।ଏନେଇ ପାଣିପାଗ ବିଭାଗ ସୂଚନା ଦେବା ପରେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ତତ୍ପର ହୋଇଉଠିଛି ।ଟାଣ ଖରାରେ କାମ କରୁଥିବା ଶ୍ରମିକମାନେ କିପରି ସୁରକ୍ଷିତ ରହିବେ ସେନେଇ ଗାଇଡ୍ଲାଇନ ପ୍ରସ୍ତୁତ କରାଯାଉଛି ।ଏନେଇ ଶ୍ରମ ବିଭାଗ ସହ ବୈଠକ ପରେ ଗାଇଡ୍ଲାଇନ ଜାରି ହେବ ବୋଲି ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ।
ସେ କହିଛନ୍ତି ଏବେ ରାଜ୍ୟର ବହୁ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହୁଛି ।ଶ୍ରମିକଙ୍କ ପାଇଁ କିରି ସମୟ ପରିବର୍ତ୍ତନ କରି କାମ କରାଯାଇ ପାରିବ ସେନେଇ ଆଲୋଚନା କରାଯିବ ।କଳକାରଖାନା ରେ ଶ୍ରମିକମାନେ କେମିତି ଦାୟିତ୍ୱ ନିର୍ବାହ କରବେ ସେ ନେଇ ମାର୍ଗଦର୍ଶିକା ପ୍ରଦାନ କରାଯିବ ।ଶ୍ରମିକମାନଙ୍କ ଧନଜୀବନ ଯେପରି ହାନି ନହୁଏ ସେଦିଗରେ ରାଜ୍ୟ ସରକାର ସଚେତନ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ।
ସେହିପରି ଓଡ଼ିଶାକୁ ଆସୁଥିବା ସାମୁଦ୍ରିକ ପବନର ପ୍ରବାହ କମିଛି ।ଫଳରେ ତାତି ବଢ଼ିବାରେ ଲାଗିଛି ।ଆଗକୁ ସ୍ୱାଭାବିକ ଠାରୁ ଦୁଇରୁ ତିନି ଡ଼ିଗ୍ରୀ ତାପମାତ୍ରା ବଢ଼ିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।ବିଶେଷ କରି ବଲାଙ୍ଗିର, ଟିଟିଲାଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡା, ଅନୁଗୋଳ, ଭବାନିପାଟଣା ଇତ୍ୟାଦି ସହରରେ ତାପମାତ୍ରା ୪୫ ଡ଼ିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ୨୫ ତାରିଖ ବେଳକୁ ତାତିର ଅଧିକ ବୃଦ୍ଧି ଘଟିବ। ଆକାଶ ଆଂଶିକ ମେଘୁଆ ରହିବା ସହ ମଧ୍ୟମ ବର୍ଷା କିମ୍ବା ବଜ୍ରପାତର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟ ପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଆଜି ଗୁରୁବାର ୨୧ ତାରିଖ ଅପରାହ୍ନ ସୁଦ୍ଧା ରାଜ୍ୟର ୧୩ଟି ଜିଲ୍ଲାରେ ବଜ୍ରପାତ, ବର୍ଷା ଓ ପବନ ସହ କାଳବୈଶାଖୀର ସମ୍ଭାବନା ରହିଛି । ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ପବନ ସହ ଝଡ଼ବର୍ଷା ଜନିତ କାଳବୈଶାଖୀ ର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।ଏହାକୁ ଦୃଷ୍ଟିରେ ରଖି ଏହି ୧୩ଟି ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
https://socialnewsodiaofficial.blogspot.com
0 Comments