21-APRIL-2022
📌
BY: SRINIBASH ROUT
କୁକୁଡ଼ା ଗାଲି ଉପରେ କୋରାପୁଟ ଜିଲ୍ଲା ବୈପାରିଗୁଡା ପୋଲିସର ଚଢାଉ। ବୈପାରିଗୁଡା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରତିଦିନ ଚୋରାରେ ବେଆଇନ୍ ଭାବେ କୁକୁଡ଼ା ଲଢେ଼ଇ ଚାଲିଥିବା ବେଳେ କେତେକ ସ୍ଥାନରେ ବୈପାରିଗୁଡା ପୋଲିସ ପକ୍ଷରୁ ଏହି କୁକୁଡ଼ା ଗାଲି ଉପରେ ଚଢ଼ାଉ କରିଥିଲେ ମଧ୍ୟ ବୈପାରିଗୁଡା ଥାନାରେ ନୂତନ ଭାବେ ଯୋଗଦାନ କରିଥିବା ଡିଏସପି (DSP) ପ୍ରୋବେସନ୍ ଶ୍ରୀ ବିରଂଚି ନାରାୟଣ ଜଗତ ଆସିବା ଦିନ ହିଁ ଏକ ବଡ଼ଧରଣର ସଫଳତା ହାସଲ କରିଥିବାର ଦେଖାଯାଇଛି ।
ପୋଲିସ ଠାରୁ ପାପ୍ତ ସୂଚନା ଅନୁସାରେ ଦୋରାଗୁଡା ଗ୍ରାମ ପାଖରେ ବେଆଇନ୍ ଭାବେ କୁୁକୁଡା ଗାଲି ଚାଲିଥିବା ନେଇ ଖବର ମିଳିବା ପରେ ସେହି ସ୍ଥାନକୁ ଡି.ଏସ୍.ପି ପ୍ରୋବେସନ୍ ଶ୍ରୀ ବିରଂଚି ନାରାୟଣ ଜଗତ ଓ ଥାନା ଆଇଆଇସି (IIC)ଅଶ୍ୱିନୀ କୁମାର ପଟ୍ଟନାୟକ ଓ ପୋଲିସ କର୍ମଚାରୀ ମାନେ ହଠାତ୍ ଘଟଣା ସ୍ଥଳ କୁ ଯାଇ କୁକୁଡ଼ା ଗାଲି ଉପରେ ଚଢାଉ କରିଥିବା ବେଳେ ପୋଲିସକୁ ଦେଖି କିଛି ଖେଳାଳି ଘଟଣା ସ୍ଥଳରୁ ଫେରାର ହୋଇଥିଲେ ମଧ୍ୟ ଏହି ଘଟଣାରେ ୫ ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହେବା ସହ କୁକୁଡ଼ା ଗାଲି ସ୍ଥାନରୁ ୧୧ ଟି ବାଇକ୍ ଜବତ ସହିତ ନଗଦ ୫୧୫ ଟଙ୍କା ଜବତ କରାଯାଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଡି.ଏସ୍.ପି ପ୍ରୋବେସନ୍ ଶ୍ରୀ ବିରଂଚି ନାରାୟଣ ଜଗତ ।ଯଦି ଆଗାମୀ ଦିନ ରେ ଏହି ବେଆଇନ୍ ଖେଳ ବନ୍ଦ୍ ନ ହୁଏ ତେବେ କୁକୁଡ଼ା ଗାଲିକୁ ଯ୍ଧବ ଧରାପଡିଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
https://socialnewsodiaofficial.blogspot.com
0 Comments