30-APRIL-2022
📌
BY: SRINIBASH ROUT
ଗୁପ୍ତଧନ ପାଇବା ଆଶାରେ ପୁଅ ନିଜ ବାପାଙ୍କୁ ବଳିଦେବାକୁ ଉଦ୍ୟମ କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ବାପାଙ୍କୁ ଉଦ୍ଧାର ବେଳେ ଲହୁଲୁହାଣ ହେବାକୁ ପଡ଼ିଛି। ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କଲମପୁର ଫାଣ୍ଡି ଅଞ୍ଚଳରେ ।ମିଳିଥିବା ସୂଚନା ମୁତାବକ, ବେଲପଡ଼ାର ବଳଦେବ ଭୋଇଙ୍କ ପୁଅ ଲିଙ୍ଗରାଜ ଭୋଇ କିଛି ବର୍ଷ ତଳେ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା କରାଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରି ନ ଥିଲେ। ଏଭଳି ସ୍ଥିତିରେ ଲିଙ୍ଗରାଜ ରାଜପୁର ଗ୍ରାମର ଜଣେ ସାଧକଙ୍କ ସହ ମିଶିଥିଲେ। ଗୁପ୍ତଧନ ପାଇବା ଆଶାରେ ଲିଙ୍ଗରାଜ ସାଧକଙ୍କ ଉପସ୍ଥିତିରେ ଆଜି ଅର୍ଥାତ୍ ଶନିବାର ୩୦ ତାରିଖ ତାଙ୍କ ବାପାଙ୍କୁ ଏକ ନୂଆ ଘରେ ନୂଆ ଲୁଗା ପିନ୍ଧାଇ ବେକରେ ଫୁଲମାଳ ପକାଇ ବଳି ଦେବାକୁ ଉଦ୍ୟମ କରୁଥିଲେ। ଅସ୍ତ୍ରଶସ୍ତ୍ର ସୁସଜ୍ଜିତ ଭାବେ ରଖାଯାଇଥିବା ବେଳେ ଗ୍ରାମବାସୀ ଏ ସମ୍ପର୍କରେ ଖବରପାଇ ସେଠାରେ ପହଞ୍ଚିଥିଲେ ।ବଳଦେବଙ୍କୁ ଉଦ୍ଧାର କରିବା ସମୟରେ ଗ୍ରାମରାକ୍ଷୀ ଗଙ୍ଗାରାମ ବାଗ ଆହତ ହୋଇଥିଲେ ।ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବଳଦେବଙ୍କୁ ଉଦ୍ଧାର କରିବା ସହ ତନ୍ତ୍ର ସାଧକ ଓ ଅଭିଯୁକ୍ତ ପୁଅ ଲିଙ୍ଗରାଜଙ୍କୁ ଗିରଫ କରିଥିଲା ।ତେବେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
(ବାପା ବଳଦେବଙ୍କୁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି)
https://socialnewsodiaofficial.blogspot.com
0 Comments