Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ; ଆଇପିଏସ୍ ଆର.ପି. କୋଚେ ହେଲେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ, ୧୯୯୩ ବ୍ୟାଚ୍‌ ଆଇପିଏସ୍ ଅଫିସର୍ ହେଉଛନ୍ତି ଆର.ପି. କୋଚେ - ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଥିବା ଲଳିତ ଦାସ ହେଲେ ଗୃହ ବିଭାଗ ଓଏସ୍‌ଡି ।

 


12-APRIL-2022


📌


BY: SRINIBASH ROUT

ରାଜ୍ୟରେ ପରିବର୍ତ୍ତନ ହୋଇଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ। ଗୁଇନ୍ଦା ନିର୍ଦ୍ଦେଶକ ଆଇପିଏସ୍ ଲଳିତ ଦାସଙ୍କର ବଦଳି ହୋଇଛି। ଗୁଇନ୍ଦା ନିର୍ଦ୍ଦେଶକ ବଦଳିବା ପରେ ତାଙ୍କ ସ୍ଥାନରେ ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଛି ଆଇପିଏସ୍ ଆର.ପି. କୋଚେଙ୍କୁ।


୧୯୯୨ ବ୍ୟାଚର ଆଇପିଏସ୍ ଅଫିସର୍ ହେଉଛନ୍ତି ଲଳିତ ଦାସ। ବର୍ତ୍ତମାନ ସେ ଗୃହ ବିଭାଗ ଓଏସଡି ଭାବେ କାର୍ଯ୍ୟ କରିବେ। ତେବେ ତାଙ୍କ ସ୍ଥାନରେ ୧୯୯୩ ବ୍ୟାଚର ଏଡିଜି.ଆର.ପି. କୋଚଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ ତୁଳାଇବେ। ବର୍ତ୍ତମାନ ସେ ଏସଓପିର ଆଡିସନାଲ ଡ଼ିଜି ଅଛନ୍ତି। ମାଓବାଦୀଙ୍କ ମୁକାବିଲା ହେଉ କି ଡ୍ରଗ୍‌ସ ଓ ଗଞ୍ଜେଇ ଚାଲାଣ ରୋକିବା, ସବୁଥିରେ ଗୁଇନ୍ଦା ବିଭାଗର ଗୁରୁତ୍ୱ ଅଧିକ ରହିଛି। ସୁନିଲ ବଂଶଲ ପୋଲିସ ଡ଼ିଜି ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଲାଗି ଶୀର୍ଷସ୍ତରରେ ଅଦଳବଦଳ ହୋଇଛି। ତେବେ ହଠାତ ଗୁଇନ୍ଦା ନିର୍ଦ୍ଦେଶକ ବଦଳିବାର କାରଣ ସ୍ପଷ୍ଟ ହୋଇ ନାହିଁ।


ଉଲ୍ଲେଖଯୋଗ୍ୟ ଯେ ବିଜୟ କୁମାର ଶର୍ମା, ସୁଧାଂଶୁ ଷଡ଼ଙ୍ଗୀଙ୍କ ଭଳି ଦକ୍ଷ ଅଫିସରଙ୍କୁ ଗୃହ ବିଭାଗର ଓଏସଡି ଭାବେ କିଛି ସମୟ ପାଇଁ ନିଯୁକ୍ତ କରାଯାଇଥିଲା। ବିନୟାନନ୍ଦ ଝା ଗୃହ ବିଭାଗର ଓଏସଡି ଭାବେ ଅବସର ନେଇ ସାରିଛନ୍ତି। ଅତିରିକ୍ତ ଡ଼ିଜି ପାହ୍ୟାର ଅଫିସର୍ ରିତୁ ଆରୋରୋ ଏବେ ଗୃହ ବିଭାଗ ଓଏସ୍‌ଡି ଅଛନ୍ତି ।



https://socialnewsodiaofficial.blogspot.com

Post a Comment

0 Comments