23-APRIL-2022
📌
Published by Srinibash Rout in Odisha
ମେଡ଼ିକାଲ କଲେଜ ହଷ୍ଟେଲର ଛାତରୁ ପଡ଼ି ଜଣେ ଡ଼ାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହରିୟାଣା ରାଜ୍ୟ କରନାଲ ସହରର ନିଶାନ୍ତ କୁମାର ।ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ହଷ୍ଟେଲ ଛାତରୁ ପଡ଼ି ପ୍ରଥମ ବର୍ଷ ଏମ଼୍ ବି ବି ଏସ୍ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେ ନ୍ୟୁ ବଏଜ୍ ହଷ୍ଟେଲରେ ରହୁଥିଲେ। କେଉଁ କାରଣରୁ ଓ କିଭଳି ଭାବରେ ମୃତ୍ୟୁ ହେଲା ସ୍ପଷ୍ଟ ଜଣାପଡ଼ିନାହିଁ। ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା କେହି ତାଙ୍କୁ ଠେଲି ଦେଇଛି, ସେ ନେଇ ସନ୍ଦେହ ରହିଛି। ଏହା ଆତ୍ମହତ୍ୟା ନା ହତ୍ୟା ସ୍ପଷ୍ଟ ହୋଇନାହିଁ। ୫ ମହଲା ଉପରୁ ପଡ଼ିଥିଲେ ମଧ୍ୟ ପଡ଼ିବା ସ୍ଥାନରେ ମାତ୍ର ଗୋଟିଏ ବୁନ୍ଦା ରକ୍ତ ପଡ଼ିଥିବାରୁ ସନ୍ଦେହ ବଢ଼ିଛି। ମୃତ ନିଶାନ୍ତ ଙ୍କ ଡାହାଣ ହାତ, ଗୋଡ଼ ଭାଙ୍ଗି ଯାଇଛି।
ପୋଲିସ ପହଞ୍ଚିବା ପୂର୍ବରୁ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ଅନ୍ୟପଟେ ମୃତ ଛାତ୍ରଙ୍କ ପରିବାର ଲୋକେ ର଼୍ୟାଗିଂ ସନ୍ଦେହ କରିଥିବା ଗଣମାଧ୍ୟମକୁ ଫୋନ୍ ଯୋଗେ କହିଛନ୍ତି। ତାଙ୍କ ପରିବାର ଲୋକେ ବଲାଙ୍ଗୀର ପହଞ୍ଚି ନାହାନ୍ତି। ନିିଶାନ୍ତଙ୍କ ମୃତ ଦେହକୁ ହସ୍ପିଟାଲ ଶବାଗାରରେ ରଖାଯାଇଛି।
ଶନିବାର ଅର୍ଥାତ୍ ଆଜି ୨୩ ତାରିଖ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଏସ୍ଡିପିଓ ବାଗ କହିଛନ୍ତି। ଅନ୍ୟପଟେ ଆଜି ସାଇଣ୍ଟିଫିକ୍ ଟିମ୍ କଲେଜ୍ କ୍ୟାମ୍ପସ୍ର ଛାତ୍ରାବାସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସଦର ଏସ୍ଡିପିଓ ତୋଫାନ ବାଗ, ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ, ଟାଉନ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ ଘଟଣା ସ୍ଥଳରେ ପହଞ୍ଚତ୍ ଛାନ୍ବିନ୍ କରିଛନ୍ତି। ଛାତ୍ରାବାସର ୩୧୨ ନମ୍ବର ରୁମରେ ନିଶାନ୍ତ ରହୁଥିଲେ। ସେହି ରୁମରୁ ନିଶାନ୍ତ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ, ଡାଇରି ଜବତ କରାଯାଇଛି।
ସୂଚନାଯୋଗ୍ୟ, ପ୍ରାୟ ୬ ମାସ ତଳେ ଏହି କଲେଜର ଜଣେ ଡାକ୍ତରୀ ଛାତ୍ରୀ ହଷ୍ଟେଲ ଭିତରେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା। ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ଏହି ମାମଲାର ତଦନ୍ତ ଜାରି ରହିଛି। ଗତକାଲି ଅର୍ଥାତ୍ ଶୁକ୍ରବାର ୨୧ ତାରିଖ ପ୍ରଥମ ବର୍ଷର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ପରେ କଲେଜରେ ର଼୍ୟାଗିଂ ଚର୍ଚ୍ଚା ଜୋର ଧରିଛି।
https://socialnewsodiaofficial.blogspot.com
0 Comments