22-APRIL-2022


📌


Published by Srinibash Rout in Odisha

୫ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ୍‌ ଟିକା ଦିଆଯିବା ନେଇ ସବ୍‌ଜେକ୍ଟ ଏକ୍ସପର୍ଟ କମିଟି ପକ୍ଷରୁ ସୁପାରିସ କରାଯାଇଛି। ହାଇଦ୍ରାବାଦସ୍ଥିତ ବାୟୋଲଜିକାଲ ଇ-ଫାର୍ମା କମ୍ପାନୀ ପକ୍ଷରୁ ଏହି ସ୍ୱଦେଶୀ ଟିକା ପ୍ରସ୍ତୁତ ହୋଇଛି ।ଯାହାକି ଦେଶରେ ପ୍ରଥମ ।ପୂର୍ବରୁ ୧୨ରୁ ୧୪ ବର୍ଷ ପିଲାଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ଅନୁମତି ମିଳିଥିଲା । ତେବେ ଏବେ ୫ରୁ ୧୨ ବର୍ଷ ପିଲାଙ୍କୁ କୋର୍ବେଭାକ୍ସ ଟିକା ଦେବା ପାଇଁ ସୁପାରିସ ମିଳିଛି। କେନ୍ଦ୍ର ଅନୁମୋଦନ ପରେ ରାଜ୍ୟ ସରକାରଙ୍କ ପାଖକୁ ନିର୍ଦ୍ଦେଶ ଆସିବ ।ଗାଇଡ ଲାଇନ୍ ଆସିବା ପରେ ଟିକା ଦିଆଯିବ..ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା ।



ଅନ୍ୟ ପକ୍ଷରେ ୨ରୁ ୧୨ ବର୍ଷ ପିଲାଙ୍କ ନିମନ୍ତେ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକା କୁ ଅନୁମତି ଦେବା ପ୍ରସଙ୍ଗ କମିଟିର ବିଚାରାଧିନ ରହିଛି ।ଗତକାଲି ଗୁରୁବାର ୨୧ ତାରିଖ ବସିଥିବା କମିଟି ବୈଠକରେ ଭାରତ ବାୟୋଟେକ୍ ଦ୍ୱାରା ଦିଆଯାଇଥିବା ତଥ୍ୟର ସମୀକ୍ଷା କରାଯାଇଛି ।ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୋନା ଟିକା କର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଡିସିଜିଆଇ ବିଶେଷଜ୍ଞ କମିଟିର (ସବଜେକ୍ଟ ଏକ୍ସପର୍ଟ କମିଟି) ସୁପାରିଶ କରିଛି ।କମିଟି ବାୟୋଲୋଜିକାଲ-ଇ ଦ୍ବାରା ଦାଖଲ କରାଯାଇଥିବା ତଥ୍ୟର ସମୀକ୍ଷା କରାଯିବା ପରେ ଏହି ସୁପାରିଶ କରାଯାଇଛି ।


ସାରା ଦେଶରେ ଏବେ କାୟା ବିସ୍ତାର କରିବାରେ ଲାଗିଛି କରୋନା ।ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଧିରେ ଧିରେ ବିଗିଡିବାରେ ଲାଗିଛି ।ଯାହାକୁ ଦେଖି ଓଡ଼ିଶା ମଧ୍ୟ ସଜାଗ ହୋଇଛି ।କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ପୂର୍ବ ଲହର ଗୁଡିକରେ ଜଣାପଡିଛି ଯେ, ଦିଲ୍ଲୀରେ ସଂକ୍ରମଣ ବଢିବାର ମାସକ ପରେ ହିଁ ଓଡ଼ିଶାରେ ସଂକ୍ରମଣ ବଢ଼ିଥାଏ ।ଏହି ସମୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।


ତେଣୁ ଯେଉଁମାନେ ଟୀକା ନେଇନାହାନ୍ତି ତୁରନ୍ତ ନେଇଯାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।ନିହାତି କାମ ନଥିଲେ ଭିଡ଼ ସ୍ଥାନଠୁ ଦୂରେଇ ରହିବା ତଥା ଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି ।




https://socialnewsodiaofficial.blogspot.com