06-APRIL-2022


📌


BY: SRINIBASH ROUT

ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।ଗଞ୍ଜାମ ଜିଲ୍ଲା ଭଞ୍ଜନଗରର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। 


ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।ଖୋର୍ଦ୍ଧା ଓ ଗଞ୍ଜାମର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହେଉଛି ।ପାଞ୍ଚଜଣ ଡି.ଏସ୍.ପି, ୧୧ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ସର୍ଚ୍ଚ ଚାଲିଛି ।ଏକ ନିର୍ଭରଯୋଗ୍ୟ ତଥ୍ୟ ଉପରେ ଆଧାର କରି ଭିଜିଲାନ୍ସ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ୬ ଟି ସ୍ଥାନରେ ଚଢ଼ାଉ କରିଛି।


ଭଞ୍ଜନଗର ଇରିଗେସନ କଲୋନୀରେ ଥିବା ଆବାସିକ ଘରେ ମଧ୍ୟ ଚଢ଼ାଉ କରାଯାଇଛି ।ଏପରିକି ଭଞ୍ଜନଗର ସରକାରୀ କାର୍ଯ୍ୟାଳୟରେ ଚାଲିଛି ଚଢ଼ାଉ। କେବଳ ସେତିକି ନୁହେଁ ଭୁବନେଶ୍ୱର ଖଣ୍ଡଗିରି ମେରିଡିନ କଲେଜ୍ ଲେନରେ ଥିବା ଆପାର୍ଟମେଂଟରେ ଓ କସମୋପଲିସ ଫ୍ଲାଟରେ ଚଢ଼ାଉ କରାଯାଇଛି ।ଜାଗମରାରେ ଥିବା ତିନି ମହଲା ଘରେ ଓ ଖଲିକୋଟ ଲଂଗଳେଶ୍ୱରରେ ଥିବା ପୈତୃକ ଘରେ ମଧ୍ୟ ଚାଲିଛି ଚଢ଼ାଉ।



https://socialnewsodiaofficial.blogspot.com