28-APRIL-2022
📌
BY Srinibash Rout
ଗ୍ରାମାଂଚଳର ବିକାଶ ସମେତ ଓ କାମଧନ୍ଦା ପାଉନଥିବା ଶ୍ରମିକଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା(ମନରେଗା)ଯୋଜନା ଆରମ୍ଭ କରିଛନ୍ତି। ମାତ୍ର କେତେକ ନିର୍ଦ୍ଦିଷ୍ଟ ଅସାଧୁ କର୍ମଚାରୀ, ଯନ୍ତ୍ରୀ ଓ ଅଧିକାରୀ ମାନଙ୍କ ଯୋଗୁଁ ଜିଲ୍ଲାରେ ଏହି ଯୋଜନା ପ୍ରହଶନରେ ପରିଣତ ହୋଇଛି। ଯୋଜନା ବିହୀନ କୁ କାର୍ଯ୍ୟ ଅଧାପନ୍ତରିଆ ରେ ଗାଁ ମୁଖ୍ୟ ଓ କିଛି ଅସାଧୁ ପଞ୍ଚାୟତ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ସହ, କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ମାସ ମାସ ଧରି ପଡ଼ି ରହୁଛି ।ନାଗରିକ ସୂଚନା ଫଳକ ପ୍ରକାରେ ଗ୍ରାମବାସୀ କାର୍ଯ୍ୟ ସଂପୂଣ୍ଣ କିମ୍ବା ଅସମ୍ପୂର୍ଣ୍ଣ ଅଦ୍ୟାବଧି ଜାଣିପାରୁ ନାହାଁନ୍ତି ।
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ପୁରୁମୁଣ୍ତା ପଞ୍ଚାୟତରେ ୨୦୧୭ ମସିହା ମଧ୍ୟରେ ପଟାବାରୀ ଗ୍ରାମରେ ଚାଲିଥିବା ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।
ଏହି ଘଟଣାରେ ଜିଲ୍ଲା ପ୍ରଶାସନ ତୁରନ୍ତ ତଦନ୍ତ କରିବାକୁ ଦାବି ହୋଇଛି। ତେବେ ଗ୍ରାମବାସୀ ଅନଲାଇନ୍ରୁ ପ୍ରକଳ୍ପଗୁଡ଼ିକର ମଷ୍ଟର ରୋଲ ବାହାର କରିବା ପରେ ଏହି ଅନିୟମିତତା ଜଣାପଡ଼ିଥିଲା। ଏଥି ମଧ୍ୟରେ ମୁଖ୍ୟତଃ ବଡ଼ଜିଉଳିଠାରୁ ଓମଫେଡ୍ ଛକ, ବରମୂଳରୁ ଭାଲୁଆମୂଳ ରାସ୍ତାର ଉନ୍ନତିକରଣ, ଦାରଗା ପୋଖରୀ ଉନ୍ନତିକରଣ, ଉଦ୍ୟାନ ବିଭାଗ ଦ୍ବାରା ଆମ୍ବ, କାଜୁ ବଗିଚାର ଉନ୍ନତିକରଣ ଏବା ତାହାର ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ବ୍ୟୟ ବରାଦ ହୋଇଛି। ଗ୍ରାମୀଣ ଆର୍ଥିକ ଅନଗ୍ରସର ଶ୍ରମିକ ମାନଙ୍କୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦେବା ଲକ୍ଷ୍ୟରେ ଏହି କାମ କରାଯାଇଥିଲା।
ତେବେ ଅସତ୍ ଉପାୟରେ ସରକାରୀ ଚାକିରିଆ ଓ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିମାନଙ୍କ ନାମରେ ଏହି କାମ କରାଯାଇଥିବା ଦର୍ଶାଇ ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ଅର୍ଥ ହେର୍ଫେର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏହା ଦ୍ୱାରା ଗରିବ ଖଟିଖିଆ ଦିନ ମଜୁରିଆଙ୍କ ପାଇଁ ଆସିଥିବା ସରକାରୀ ଅର୍ଥକୁ ତୋଷରପାତ କରାଯାଇଥିବାରୁ ସେମାନେ ଉକ୍ତ ଯୋଜନାର ସୁଫଳ ପାଇନାହାନ୍ତି। ଏହି ବିଷୟରେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରମାଣ ସୂରୂପ ଲିଖିତ ଭାବେ ପୁରୁମୁଣ୍ତା ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଘଟଗାଁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଜେଇଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ତଦନ୍ତ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସଂପୃକ୍ତ ଗ୍ରାମସାୀଥଙ୍କୁ ଶୀଘ୍ର ନିଲମ୍ବନ କରା ନ ଗଲେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
(ଗ୍ରାମରେ ଅନେକ ଶ୍ରମିକ ଶ୍ରେଣୀର ଲୋକ ରହୁଥିଲେ ମଧ୍ୟ ହାତଗଣତି ଲୋକଙ୍କୁ ନେଇ କାମ କରାଯାଉଛି)
ଫଳରେ କାମ ଧନ୍ଦା ଅଭାବରୁ ହାତ ବାନ୍ଧି ବସିଥିବା ସମ୍ପୃକ୍ତ ଅଂଚଳର ଶ୍ରମିକ ମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଭାବ ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ରାଜନୈତିକ ଭିତିରେ ମନେରଗା ଜବ କାଡର଼୍ ସତ ଶ୍ରମିକଙ୍କୁ ଦିଆନଯାଇ ମିଛ ଶ୍ରମିକ ତଥା ନିଜ ଲୋକଙ୍କୁ ଓ ଧନୀକ ଶ୍ରେଣୀର ଲୋକଙ୍କୁ ଦିଆଯାଇଛି ।ଜବକାର୍ଡ ଧାରୀଙ୍କ ମଧ୍ୟରୁ ଅନେକ ରାଜ୍ୟ ବାହାରେ ରହୁଥିବା ଅଭିଯୋଗ କରିଛନ୍ତି। ସେମାନଙ୍କ ନାମରେ ଅନ୍ୟ ଲୋକଙ୍କୁ ବାହାର ଗ୍ରାମର ଲୋକଙ୍କୁ ନିୟୋଜିତ କରି କାର୍ଯ୍ୟ କରୁଛନ୍ତି ଓ ଜବ କାର୍ଡ ଆକାଉଣ୍ଟ ରେ ଟଙ୍କା ଉଠାଇ ସେମାନଙ୍କୁ କମିଶନ ଦିଆଯାଉଥିବା ଅଭିଯୋଗ କରିଛନ୍ତି ।ଫଳରେ ପଞ୍ଚାୟତର କିଛି ଦଲାଲ ମାନେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିବା କହିଛନ୍ତି ।
https://socialnewsodiaofficial.blogspot.com
0 Comments