29-APRIL-2022
📌
BY: SRINIBASH ROUT
ପାଣି ପାଇଁ ଲୋକେ ଡହଳ ବିକଳ ।କେଉଁଠି ପିଇବା ପାଇଁ ଲୋକେ ରାସ୍ତା ଅବରୋଧ କରୁଛନ୍ତି ତ କେଉଁଠି ନଦୀର ଦୂଷିତ ଜଳକୁ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି ଲୋକେ ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା କଳାହାଣ୍ଡି ଲାଞ୍ଜିଗଡ ବ୍ଲକ ମାଳିଯୁବାଙ୍ଗା ପଞ୍ଚାୟତ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳ ସୁନାଖଡ଼ିକା ପ୍ରାଥମିକ ବିଦ୍ୟାଳୟଠାରେ ।ଦୀର୍ଘଦିନ ଧରି ବିଦ୍ୟାଳୟରେ (School) ପାଣି ସମସ୍ୟା ଲାଗିରହିଛି । ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଛନ୍ତି କିନ୍ତୁ ପ୍ରଶାସନ କର୍ଣ୍ଣପାତ କରିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ସେହିପରି ନବରଙ୍ଗପୁର ଝରିଗାଁ ବ୍ଲକ୍ ଭୀମାଗୁଡା ମାଝୀଗୁଡ଼ା ଛକରେ ପାଣି ପାଇଁ ରାସ୍ତାବନ୍ଦ କରିଥିଲେ ଲୋକେ ।ପ୍ରଶାସନକୁ ବାରମ୍ବାର ପାଣି ପାଇଁ ଗୁହାରୀ କରିଥିଲେ ବି କେହି କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିଲେ ।ସେପଟେ ଦାରିଙ୍ଗବାଡି ର ତିଲୋରୀ ପଞ୍ଚାୟତର ଆଦିବାସୀ ସମ୍ପ୍ରଦାୟର ଅରାକାମ୍ବାବାସୀ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ।ବାଧ୍ୟ ହୋଇ ଲୋକେ ନଦୀର ଦୂଷିତ ଜଳ, ନାଳ ଓ ଚୁଆ ଉପରେ ନିର୍ଭର କରୁଛନ୍ତି ।ତେଣୁ ବିଭିନ ସମୟରେ ବିଭିନ ରୋଗର ଶିକାର ହୋଇଥିବା ମହିଳା ମାନେ ଅଭିଯୋଗ କରିଛନ୍ତି ।
ସେହିପରି ମୟୂରଭଞ୍ଜ ଜିଲ୍ଲାର ମୋରଡା ଜୁଆଳିଭଙ୍ଗା ପଞ୍ଚାୟର ଲୋଧା ସମ୍ପ୍ରଦାୟର ଲୋକେ ପାଣି ପାଇଁ ଡହଡହ ଖରାରେ ଯାଉଛନ୍ତି ୩ କିଲୋମିଟର । ଆଦିମ ଜନଜାତି ତଥା ଲୋଧା ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ପୂର୍ଣ୍ଣଚନ୍ଦ୍ର ଏକ ଗାଁରେ ରହିଛି ମାଳମାଳ ନଳକୂପ ଓ ସୋଲାର ସେଲ୍ । କିନ୍ତୁ ଗୋଟିଏରେ ବି ବାହାରୁ ନାହିଁ ପାଣି । ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରର ସହାୟକା ସାଇକେଲ ଯୋଗେ ତିନି କିମି ଦୂରରୁ ପାଣି ଆଣୁଥିବା କହିଛନ୍ତି ।ଏହା ସହ ପାଣି ଅଭାବ ଯୋଗୁଁ ଗୃହପାଳିତ ପଶୁଙ୍କ କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ଦେଖାଦେଉଛି ।ତେଣୁ କିପରି ଆୟତ୍ତ ହେବ ଓ ଗ୍ରୀଷ୍ମ ପ୍ରବାହର ଉଚିତ୍ ମୁକାବିଲା କରାଯିବ, ସେ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
ଜଳ ଯୋଗାଣ ବିଭାଗ ଏଥିପ୍ରତି ଧ୍ୟାନ ଦେଉନଥିବା ଲୋକେ ଅଭିଯୋଗ କରିଛନ୍ତି ।ତେବେ କେବେ ଏମାନଙ୍କ ସମସ୍ୟା ଦୂର ହେବ ତାହା ଦେଖିବା ବାକି ରହିଲା ।
https://socialnewsodiaofficial.blogspot.com
0 Comments