26- APRIL-2022


📌


BY Srinibash Rout in Odisha

ଓଡ଼ିଶା ଦାୟିତ୍ୱରେ ଥିବା ପିସିସି ପ୍ରଭାରୀ ଏ. ଚେଲ୍ଲାକୁମାର ଭୁବନେଶ୍ୱରରେ ପହଞ୍ଚିଛନ୍ତି  ।ପହଞ୍ଚିବା ପରେ ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ଚେଲ୍ଲା କୁମାର ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି, କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯିବ  ।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ନେଇ ବୈଠକରେ ଆଲୋଚନା ହେବ  ।ଆଲୋଚନା ପରେ କିଛି ନିଷ୍ପତ୍ତି ଗ୍ରହଣ କରାଯିବା ସହ ହାଇକମାଣ୍ଡକୁ ସବିଶେଷ ତଥ୍ୟ ଦିଆଯିବ ବୋଲି କହିଛନ୍ତି ଚେଲ୍ଲାକୁମାର ।


ଆହୁରି ମଧ୍ୟ କହିଛନ୍ତି, ୨୦୧୯ରୁ ନିରଞ୍ଜନ ଇସ୍ତଫା ଦେଇଥିଲେ ବି ଏଯାବତ୍ ଗ୍ରହଣ କରାଯାଇନାହିଁ ।ନୂଆ ପିସିସି ସଭାପତି କିଏ ହେବେ ସେନେଇ ରାଜ୍ୟର ବିଭିନ୍ନ କଂଗ୍ରେସ ନେତାଙ୍କ ସହ ବିଚାର ବିମର୍ଷ କରିବେ  ।ସେଠାରୁ ଫେରିବା ପରେ ସେ ତାଙ୍କ ରିପୋର୍ଟ୍ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରଦାନ କରିବେ ।


ଅନ୍ୟପଟେ ପିସିସି ସଭାପତି ନିରଞ୍ଜନ ନିଜେ ମଧ୍ୟ ପିସିସି ସଭାପତି ପରିବର୍ତ୍ତନ ସପକ୍ଷରେ ମତ ରଖିଥିଲେ ।ପ୍ରତି ଦୁଇତିନି ବର୍ଷରେ କଂଗ୍ରେସରେ ପିସିସି ନେତୃତ୍ୱ ପରିବର୍ତ୍ତନ ହୋଇଥାଏ ବୋଲି ସେ କହିଥିଲେ ।ଏଆଇସିସି ଯେତେ ଶୀଘ୍ର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ ଦଳ ପାଇଁ ସେତେ ଭଲ ହେବ ।ପିସିସି ସଭାପତି ଦାୟିତ୍ୱ କାହାକୁ ଦିଆଯିବ ସେ, ନିଷ୍ପତ୍ତି ଏଆଇସିସି ନେବ ।ଯେତେଶୀଘ୍ର ନିଷ୍ପତ୍ତି ହେବ, ତାହା ରାଜ୍ୟରେ ଦଳ ପାଇଁ ଭଲ ବୋଲି ନିରଞ୍ଜନ ପ୍ରତିକ୍ରିୟା ରଖିଥିଲେ । 


ବୈଠକପରେ ଚେଲ୍ଲା କୁମାର ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯାଇଛି, ନୂଆ ପିସିସି ସଭାପତି ପାଇଁ ଏବେଠୁ ପ୍ରକ୍ରିୟା ଆରମ୍ଭ ହୋଇଛି ।ବିଧାୟକ ଓ ବରିଷ୍ଠ ନେତା ସମସ୍ତେ ନାଁ ଦେଇଛନ୍ତି । ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ଖୁବ୍ ଶୀଘ୍ର ନାଁ ଘୋଷଣା ହେବ ।ସେପଟେ ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ମୁଁ ୨୦୧୯ରୁ ଇସ୍ତଫା ଦେଇଛି, ଯିଏ ଦାୟିତ୍ୱ ତୁଲାଇପାରିବେ ସେ ପିସିସି ସଭାପତି ହେଲେ ଭଲ, ତେବେ ରାଜ୍ୟ କଂଗ୍ରେସ ପ୍ରଭାରୀ ପରିବର୍ତ୍ତନ ନେଇ ତାଙ୍କ ସହ କେହି ଆଲୋଚନା କରିନାହାନ୍ତି ।ଏହାସହ ପିସିସି ସଭାପତି ପରିବର୍ତ୍ତନ ହେଲେ ମୁଁ ଖୁସି’ ।


(ଓଡ଼ିଶା ଗସ୍ତରେ ଆସି କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ଫେରିଛନ୍ତି ଚେଲ୍ଲା କୁମାର)





https://socialnewsodiaofficial.blogspot.com