Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଠକ ନକଲି ଡ଼ାକ୍ତରଙ୍କ ଦ୍ବିତୀୟ ସ୍ତ୍ରୀ ଗିରଫ; ନକଲି ଠକ ଡ଼ାକ୍ତର ରମେଶ ସ୍ବାଇଁଙ୍କ ଦ୍ବିତୀୟ ସ୍ତ୍ରୀ କମଳା ତିର୍କୀଙ୍କୁ ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍‌ ପୋଲିସ,ଠକେଇ ମାମଲାର ମାଷ୍ଟର ମାଇଣ୍ଡ ଥିଲେ କମଳା - ପାରାଦ୍ବୀପରେ ଡ଼ାକ୍ତରାଣୀ ଥିଲେ କମଳା ।

 

05-APRIL-2022


📌


BY: SRINIBASH ROUT

ନକଲି ଠକ ଡାକ୍ତର ରମେଶ ସ୍ବାଇଁର ଦ୍ବିତୀୟ ସ୍ତ୍ରୀ ଗିରଫ ହୋଇଛି। ରମେଶଙ୍କ ଦ୍ବିତୀୟ ପତ୍ନୀ କମଳା ତୀର୍କିଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।ଝାଡଖଣ୍ଡରୁ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଆଣିଛି ପୋଲିସ ।କମଳା ଅନ୍ୟ ମହିଳାଙ୍କୁ ଠକାମି ଘଟଣାରେ ଭାଗିଦାର ଥିଲେ ବୋଲି ଜଣାପଡ଼ିଛି ।ରମେଶଙ୍କୁ ରିମାଣ୍ଡରେ ଆଣି ପଚାର ଉଚରା କରିବା ପରେ କମଳା ବିରୋଧରେ ପ୍ରମାଣ ମିଳିଥିଲା। ଠକ ଡ଼ାକ୍ତରର ଆକାଉଣ୍ଟରୁ ଅନେକ ଟଙ୍କା କମଳାଙ୍କ ଆକାଉଣ୍ଟ୍ କୁ ଯାଇଥିବା ନେଇ ସୁରାକ ପାଇଥିଲା ପୋଲିସ ।


ସୂଚନା ଥାଉ କି ଗତ ଫେବୃଆରୀ ୧୪ରେ ଠକ ନକଲି ଡ଼ାକ୍ତର ରମେଶ ସ୍ବାଇଁକୁ ଗିରଫ କରିଥିଲା କମିଶନରେଟ୍ ପୋଲିସର ମହିଳା ଥାନା ।ଠକ ରମେଶ ସ୍ୱାଇଁ ମିଛ କଥା କହି ୧୮ ରୁ ଅଧିକ ମହିଳାଙ୍କୁ ବିବାହ କରିଥିଲେ ।ବିଭିନ୍ନ ରାଜ୍ୟର ଶିକ୍ଷିତ ମହିଳା ମାନଙ୍କୁ ବିବାହ କରି ତାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ ରସିକିଆ ଡ଼ାକ୍ତର ରମେଶ ସ୍ୱାଇଁ ।ଅନେକ ପତ୍ନୀଙ୍କୁ ଧୋକା ମଧ୍ୟ ଦେଇଛନ୍ତି ରମେଶ ।୭ ନମ୍ବର ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ରମେଶଙ୍କୁ ମହିଳା ଥାନା ପୋଲିସ ଗିରଫ କରିଥିଲା। ପରେ ତା ନାଁରେ ଅନେକ ମହିଳାଙ୍କୁ ଠକେଇ କରିଥିବା ସାମ୍ନାକୁ ଆସିଥିଲା ।ଠକ ରମେଶ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିଥିଲା ।ଏକାଧିକ ମହିଳାଙ୍କୁ ଫସାଇ ବିବାହ କରିବା ଏବଂ ସେମାନଙ୍କଠୁ ଲୁଟ୍ କରିଥିଲା ଏହି ଠକ ।



https://socialnewsodiaofficial.blogspot.com

Post a Comment

0 Comments