17-APRIL-2022
📌
BY: SRINIBASH ROUT
୫-ଟି ସଚିବ ଭି.କେ ପାଣ୍ଡିଆନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସୁଆଣ୍ଡୋ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଭାଷା, ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ସୁଆଣ୍ଡୋର ବିକାଶ ପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା କରିଛନ୍ତି। ତେଣୁ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ଚିତ୍ର ବଦଳିବ ବୋଲି ୫-ଟି ସଚିବ କହିଛନ୍ତି। ସୁଆଣ୍ଡୋର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର କାର୍ଯ୍ୟ ହାତକୁ ନେଇଛନ୍ତି। ପ୍ରକଳ୍ପ ପାଇଁ ପ୍ରାୟ ୧୫.୧୬ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଛି। ଗୋପବନ୍ଧୁ ଦାସଙ୍କ ଜନ୍ମପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ଘର, ଗାଁକୁ ରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା ଏବଂ ପାର୍କ ଆଦିର ବିକାଶ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଗୋପବନ୍ଧୁ ସ୍ମୃତି ସଂଗ୍ରାହଳୟ, ସୂଚନା କେନ୍ଦ୍ର ଏବଂ ଆତିଥ୍ୟ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଉଛି ।ଗୋପବନ୍ଧୁ ଦାସଙ୍କର ପ୍ରାୟ ୧୫ ଫୁଟ୍ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ଏବଂ ପୈତୃକ ଗୃହର ବିକାଶ କାମ ମଧ୍ୟ ଚାଲିଛି। ଏହାଛଡ଼ା ସେଠାରେ ଏକ ପ୍ରମୋଦ ଉଦ୍ୟାନ, ଶିଶୁ ଉଦ୍ୟାନ, ନଈରେ ବୋଟିଂ ବ୍ୟବସ୍ଥାରେ ଆଲୋକୀକରଣ ମଧ୍ୟ କରାଯିବ ବୋଲି ସେ କହିଛନ୍ତି।
ପରେ ସୁଆଣ୍ତୋ ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଅଧିକାରୀ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।ଭୁବନେଶ୍ୱର – ପୁରୀ ଜାତୀୟ ରାଜପଥ ନିକଟ ପଟ୍ଟନାୟିକିଆ ଛକରେ ପର୍ଯ୍ଯଟକଙ୍କ ସୁବିଧା ପାଇଁ ସୂଚନା କେନ୍ଦ୍ର ଓ ପଟ୍ଟନାୟିକିଆ ଠାରୁ ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଷଠିଘର ଓ ମିୟୁଜିୟମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ ।
ସଂଗ୍ରାହଳାୟ ପରିସରରେ ପୁଷ୍କରିଣୀ, ସଂଗ୍ରହାଳୟ ଗୃହ, ପ୍ରତିମୂର୍ତ୍ତି ସ୍ଥାପନ ପିଣ୍ଡି, ପିଲାମାନଙ୍କ ପାଇଁ ପାର୍କ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ ।ଏଥିସହ ସଂଗ୍ରାହଳୟ କୁ ଲାଗି ପରକ୍ରମା ମାର୍ଗ ଓ ପର୍ଯ୍ୟଟକ ମାନଙ୍କ ପାଇଁ ଗାଡ଼ି ପାର୍କଂ ନିମନ୍ତେ ବ୍ୟବସ୍ଥା ସଂପର୍କରେ ମଧ୍ୟ ସେ ସମୀକ୍ଷା କରିଥିଲେ ।ଖୁବ୍ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ୫-ଟି ସଚିବ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ଓ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
https://socialnewsodiaofficial.blogspot.com
0 Comments