Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

୨୯ରୁ ମାଟ୍ରିକ୍ ସମେଟିଭ୍-୨ ପରୀକ୍ଷା: ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ - ଜାଣନ୍ତୁ, କିପରି କରିବେ ଡାଉନଲୋଡ଼, ତେବେ ଚଳତି ବର୍ଷ ମାଟ୍ରିକ୍ ପରୀକ୍ଷାରେ ୩ଟି ପଦ୍ଧତିରେ ପରୀକ୍ଷା ଫଳ ନିର୍ଦ୍ଧାରଣ ହେବ ।

 


19-APRIL-2022


📌


BY: SRINIBASH ROUT

ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ସମେଟିଭ୍-୨ ପରୀକ୍ଷା ।ଏଥିପାଇଁ ଆଜିଠାରୁ ଅର୍ଥାତ୍ ୧୯ ତାରିଖଠାରୁ ବୋର୍ଡ଼ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ ।ବୋର୍ଡ ଓ୍ବେବସାଇଟ www.bseodisha.ac.inରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ, ସଂସ୍କୃତ ଓ ମଧ୍ୟମାର ଛାତ୍ରଛାତ୍ରୀଙ୍କ ଆଡମିଟ କାର୍ଡ ୱେବସାଇଟରୁ ମିଳିପାରିବ।


ସ୍କୁଲ କୋଡ୍ ଓ ପାସ୍ ୱାର୍ଡ଼ ଜରିଆରେ ଆଡମିଟ୍ କାର୍ଡ  ଡାଉନଲୋଡ଼ କରିପାରିବେ ସ୍କୁଲ୍ କର୍ତ୍ତୃପକ୍ଷ ।


ପତ୍ର ବିନିମୟ ଓ ମଧ୍ୟମା ଛାତ୍ରଛାତ୍ରୀ ୱେବବସାଇଟରେ ନିଜ ନାମ ଓ ପିତାଙ୍କ ନାମ ପୂରଣ କରି ଆଡମିଟ କାର୍ଡ ଡାଉନଲୋଡ଼ କରିପାରିବେ ।ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଡାଉନଲୋଡ ଆଡମିଟ୍ କାର୍ଡ ରେ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସ୍ୱାକ୍ଷର କୁ ବାଧ୍ୟତାମୂଳକ କରାଯାଇଛି ।


ଚଳତି ବର୍ଷ ମାଟ୍ରିକ୍ ପରୀକ୍ଷାରେ ୩ଟି ପଦ୍ଧତିରେ ପରୀକ୍ଷା ଫଳ ନିର୍ଦ୍ଧାରଣ ହେବ - ତେବେ ଆସନ୍ତୁ ଜାଣିବା ଏହି ତିନୋଟି ମୂଲ୍ୟାୟନ ପଦ୍ଧତି ବିଷୟରେ….


ପ୍ରଥମ ମୂଲ୍ୟାୟନ ପଦ୍ଧତି:

ସମ୍ମେଟିଭ୍ ଆସେସମେଣ୍ଟ-୧ ଓ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ।ଏହି ଦୁଇଟି ପରୀକ୍ଷା ମୂଲ୍ୟକୁ ଦୁଇ ଗୁଣା କରି ପରୀକ୍ଷା ଫଳ ପ୍ରକାଶ ପାଇବ ।


ଦ୍ବିତୀୟ ମୂଲ୍ୟାୟନ ପଦ୍ଧତି:

ସମ୍ମେଟିଭ୍ ଆସେସମେଣ୍ଟ-୨ ଆଧାରରେ ହେବ ମୂଲ୍ୟାୟନ ।ମୋଟ୍ ମାର୍କର ମୂଲ୍ୟ ଦୁଇ ଗୁଣା ହୋଇ ପରୀକ୍ଷା ଫଳ ପ୍ରକାଶ ପାଇବ ।


ତୃତୀୟ ମୂଲ୍ୟାୟନ ପଦ୍ଧତି:

ତୃତୀୟ ମୂଲ୍ୟାୟନ ପଦ୍ଧତିରେ ଇଣ୍ଟରନାଲ ଆସେସମେଣ୍ଟରୁ ୨୦ ପ୍ରତିଶତ ମାର୍କ ।ପ୍ରଥମ ସମ୍ମେଟିଭ ପରୀକ୍ଷାରୁ ୩୦ ପ୍ରତିଶତ ମାର୍କ ଏବଂ ଦ୍ୱିତୀୟ ସମ୍ମେଟିଭ୍ ପରୀକ୍ଷାରୁ ୫୦ ପ୍ରତିଶତ ମାର୍କ ମିଶି ପରୀକ୍ଷା ଫଳ ପ୍ରକାଶ ପାଇବ ।



https://socialnewsodiaofficial.blogspot.com

Post a Comment

0 Comments