21-APRIL-2022


📌


Published by Srinibash Rout in Odisha

ଉପାନ୍ତରୁ ଉପକୂଳ ସବୁଠି ଉକ୍ରଟ ହେଉଛି ପାନୀୟ ଜଳ ସମସ୍ୟା ।ଆଜିବି ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ ।କେବଳ ଗାଁରେ ନୁହେଁ, ସହରରେ ମଧ୍ୟ ଦେଖା ଦଉଛି ଜଳସଙ୍କଟ ।ସରକାର ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ଲୋକ ବିଶୁଦ୍ଧ ପାନୀୟ ଜଳ ନପାଇ ଡହଳ ବିକଳ ହେଉଛନ୍ତି ।ପ୍ରାୟତଃ ପାଣିର ସମସ୍ୟା ଗାଁରେ ଦେଖା ଯାଉଥିବା ବେଳେ ଏବେ ସହର ମଧ୍ୟରେ ଦେଖାଦେଇଛି ପାଣି ସମସ୍ୟା ।ଗ୍ରୀଷ୍ମ ପ୍ରବାହ ସହରୀ ଲୋକଙ୍କୁ କଲବଲ କରୁଛି ।ପୋଖରୀରୁ ପାଣି ଆଣିବା ପାଇଁ ତୁଠରେ ମହିଳାଙ୍କ ଭିଡ଼ । 


ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସି ତୋଟା ଗାଁ ୧୧ ଓ ୧୨ ନମ୍ବର ୱାର୍ଡରେ ପାଣିର ଆବଶ୍ୟକତା ମେଂଟାଉଛି ଏହି ପୋଖରୀ ।


ଏହି ଦୁଇଟି ୱାର୍ଡର ୩ଶହ ପରିବାରକୁ ପିଇବା ପାଣି ପାଇଁ ଯୋଗାଇବା ପାଇଁ ଗାଁରେ ଏକ ମାତ୍ର କୂଅ ରହିଛି ।ତାହା ପର୍ଯ୍ୟାପ୍ତ ହେଉନଥିବାରୁ ଲୋକେ ପୋଖରୀ ଉପରେ ଭରସା କରୁଛନ୍ତି ।ଅନ୍ୟପଟେ ଜଳ ସଙ୍କଟ ମଧ୍ୟରେ ବିତୁଛି ଗ୍ରାମବାସୀଙ୍କ ସହ ସହରର ଚାକଚକ୍ୟରେ ବସବାସ କରୁଥିବା ଲୋକଙ୍କ ଜୀବନ ।ତୋଟା ଗାଁରେ ପାଇପ୍ ଦ୍ୱାରା ପାଣି ଯୋଗାଇବା ପାଇଁ ଟାଙ୍କି ଅଛି, ପାଇପ୍ ସଂଯୋଗ କରାଯାଇଛି ।ଗାଁର ଅନ୍ୟ ୱାର୍ଡକୁ ପାଣି ଆସୁଥିବା ବେଳେ ୧୧ ଓ ୧୨ ନମ୍ବର ୱାର୍ଡକୁ ପାଣି ଆସୁନାହିଁ ।ଏନେଇ ବାରମ୍ବାର ଲିଖିତ ଅଭିଯୋଗ ପରେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବା ଲୋକ କହିଛନ୍ତି । 


ସହରାଂଚଳରେ ଫେଲ୍ ମାରିଛି ସରକାରଙ୍କ ବସୁଧା ଯୋଜନା ।ଲୋକଙ୍କୁ ବିଶୁଦ୍ଧ ପାଣି ପାଇଁ ସରକାର ବସୁଧା ଯୋଜନା ଆରମ୍ଭ କରିଛନ୍ତି ।ହେଲେ ଏହି ଯୋଜନା ଲୋକଙ୍କ ନିକଟରେ କିଭଳି ପହଂଚୁଛି ତାହା ଏହି ଦୃଶ୍ୟରୁ ଜଳ ଜଳ ଦେଖାଯାଉଛି ।ତେବେ ଦେଖିବାକୁ ବାକି ରହିଲା କେବେ ବଦଳୁଛି ଗ୍ରାମ ସହ ସହରର ସ୍ଥିତି ।କେବେ ଜଳ ସଙ୍କଟରୁ ରକ୍ଷା ପାଉଛନ୍ତି ସହରବାସୀ ।



https://socialnewsodiaofficial.blogspot.com