Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ସ୍ୱାଭିମାନ ଅଞ୍ଚଳରେ ଏୟାରପୋର୍ଟ: ୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଏୟାରପୋର୍ଟ ସମ୍ପୂର୍ଣ୍ଣ ହେବ, ଏଥିସହ ପାନୀୟ ଜଳ ଯୋଗାଣ, ଉଠାଜଳ ସେଚନ ସହ ୩୩ କେଭି ବିଜୁଳି ଯୋଗାଣ ଦ୍ୱାରା ଭୋଲଟେଜ୍ ସମସ୍ୟା ଦୂର ହେବ ।

 


17-APRIL-2022


📌


BY: SRINIBASH ROUT

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ପାନୀୟ ଜଳ ନିମନ୍ତେ ମେଗା ପ୍ରକଳ୍ପ, ଉଠା ଜଳ ସେଚନ, ଗମନାଗମନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ହନ୍ତାଳଗୁଡ଼ା ଓ ଲୁଚାପାଣି ଆଦି ସ୍ଥାନ ପରିଦର୍ଶନ କରି ସ୍ୱାଭିମାନ ଅଞ୍ଚଳ ବିକାଶ ପଥେ ଆଗେଇ ଚାଲିଛି ବୋଲି କହିଛନ୍ତି। ଏଠାରେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ନିମନ୍ତେ ମେଗା ପ୍ରକଳ୍ପ ଚାଲିଛି। ସେତୁ ଯୋଜନା ଅନ୍ତର୍ଗତ କାର୍ଯ୍ୟ ଜାରି ରହିଥିବା କହିଛି ।ଏଥିସହ ମାର୍ଚ୍ଚ ୨୦୨୪ ସୁଦ୍ଧା ମାଲକାନଗିରି ଜିଲ୍ଲାରେ ବିମାନବନ୍ଦର ହେବ ବୋଲି ପରିଦର୍ଶନ କରିବା ପରେ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।




https://socialnewsodiaofficial.blogspot.com

Post a Comment

0 Comments