27-APRIL-2022


📌


BY Srinibash Rout in Odisha

ପାଟଣାଗଡ଼ ବ୍ଲକ୍ ଗେର୍ଡା ପଞ୍ଚାୟତ ଅନ୍ତର୍ଗତ ଗଇଲପିଟା ଅଙ୍ଗନବାଡ଼ି କେନ୍ଦ୍ରରେ ନଳକୂପଟିଏ ଖନନ କରିବାକୁ ଗ୍ରାମବାସୀ ଦାବୀ କରୁଛନ୍ତି । 


ସୂଚନା ଅନୁସାରେ ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ର ଗ୍ରାମରୁ ପ୍ରାୟ ଦୁଇ କିମି ଦୂରରେ ଅବସ୍ଥିତ ।କେନ୍ଦ୍ର ପାନୀୟ ଜଳ ସୁବିଧା ନଥିବାରୁ ପିଲାଙ୍କ ଭୋଜନ ପ୍ରସ୍ତୁତ କରିବା ପାଇଁ ପାନୀୟ ଜଳ ପ୍ରାୟ ଦୁଇ କି.ମି. ଦୂରରେ ଥିବା ଗ୍ରାମର ନଳକୂପ ଉପରେ ନିର୍ଭର କରିଥାନ୍ତି ।ଯାହା ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 


ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପିଇବା ପାଣି ପାଇଁ ଅଙ୍ଗନବାଡ଼ି କେନ୍ଦ୍ରର କୋମଳମତି ଶିଶୁମାନେ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି ।ବାରମ୍ବାର ନଳକୂପ ଖନନ ପାଇଁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।ଅନ୍ୟପକ୍ଷରେ କେନ୍ଦ୍ରରେ ପାଚେରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ପ୍ରାୟ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଲୁହାଗେଟ


ଲଗା ଯାଇନଥିବାରୁ କେନ୍ଦ୍ରଟି ଅସୁରକ୍ଷିତ ଓ ମଦ୍ୟପ ମାନଙ୍କ ଆଡ୍ଡାସ୍ଥଳୀ ପାଳଟିଛି ବୋଲି ଅଭିଯୋଗ ହେଉଛି ।ଏଥିପ୍ରତି ବିଭାଗୀୟ ଅଧିକାରୀ ଓ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେଇ ନଳକୂପ ଖନନ କରିବା ସହ ଲୁହାଗେଟ ଲଗାଇବାକୁ ଦାବୀ ହେଉଛି ।



https://socialnewsodiaofficial.blogspot.com