24-APRIL-2022


📌


BY: SRINIBASH ROUT

ବାରବାଟୀ ଷ୍ଟାଡିୟମ୍ କଟକରେ ଜୁନ୍‌ ୧୨ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ।ଏ ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। କରୋନା ମହାମାରୀ କାରଣରୁ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଓ୍ଵେଷ୍ଟଇଣ୍ଡି ଟି-୨୦ ମ୍ୟାଚ୍‌ ଖେଳାଯାଇ ପାରିନଥିଲା। ଏହା ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ବିସିସିଆଇ ଆୟୋଜନ ସ୍ଥଳ ଘୋଷଣା କରିଛି। ଏଥିରୁ ଗୋଟିଏ ମ୍ୟାଚ୍  କଟକର ବାରବାଟୀରେ ଖେଳାଯିବ। 


ଭାରତ ଗସ୍ତରେ ଆସୁଥିବା ଦକ୍ଷିଣ ଆଫ୍ରିକା ଦଳ ସିରିଜ୍‌ର ଦ୍ୱିତୀୟ ଟି୨୦ ମ୍ୟାଚ୍‌ ବାରବାଟୀରେ ଖେଳିବ ।


ଜୁନ୍‌ ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳାଯିବ ।ଏହି ସିରିଜ ଜୁନ୍‌-୯ରୁ ଆରମ୍ଭ ହେବ ଓ ବେଙ୍ଗାଲୁରୁ ରେ ଜୁନ୍ ୧୯ରେ ଶେଷ ହେବ ।ଏହି ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଦିଲ୍ଲୀ, କଟକ, ଭାଇଜାଗ୍‌, ରାଜକୋଟ ଓ ବେଙ୍ଗାଲୁରୁରେ ଯଥାକ୍ରମେ ଜୁନ ୯, ୧୨, ୧୪, ଓ ୧୯ ତାରିଖରେ ଖେଳାଯିବ ।


ସୂଚନା ଥାଉ କି ଶେଷ ଥର ପାଇଁ ବାରବାଟୀ ଷ୍ଟାଡିୟମରେ ୨୦୧୯ ଡ଼ିସେମ୍ବର ୨୨ ତାରିଖରେ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳା ଯାଇଥିଲା ।



https://socialnewsodiaofficial.blogspot.com