Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ରାଜ୍ୟରେ ବଢ଼ିବ ଓମଫେଡ କ୍ଷୀର ଦର: ଓମଫେଡ କ୍ଷୀର ଲିଟର ପିଛା ୨ ଟଙ୍କା ମହଙ୍ଗା ହେବ - ଚାଷୀଙ୍କ ଦାବି ଓ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ ଦାମ୍ ବଢାଯାଇଛି, ଆସନ୍ତା ୨୧ ତାରିଖରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ ।

 


19-APRIL-2022


📌


BY: SRINIBASH ROUT

ପୁଣି ମହଙ୍ଗା ହେବ ଓମଫେଡ କ୍ଷୀର ଦର ।କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇବ ।ଆସନ୍ତା ୨୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ ।ଓମଫେଡ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି  ।


ଓମଫେଡ୍ ଦର ବୃଦ୍ଧି ହେବା ଦ୍ୱାରା ୫ଶହ ମିଲିଲିଟର କ୍ଷୀରର ଦାମ ୨୩ ଟଙ୍କାରୁ ବଢ଼ି ୨୪ ଟଙ୍କାରେ ବିକ୍ରି କରାଯିବ ।କୃଷକଙ୍କ ମୂଲ୍ୟ ବୃଦ୍ଧି, ସବୁଜ ଓ ଶୁଖିଲା ଚାରାର ମୂଲ୍ୟ, ଔଷଧ, ଇନ୍ଧନ ମୂଲ୍ୟ ଓ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ଓମଫେଡ କ୍ଷୀର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।


ଓମଫେଡ ଗୋଲ୍ଡ ଏବଂ ଓମଫେଡ ପ୍ରିମିୟମ ୫୦୦ ମିଲିକୁ ୨୪ ଟଙ୍କା ଓମଫେଡ ଟୋନଡ ୫୦୦ ମିଲିକୁ ୨୧ ଟଙ୍କା ହେବ ।ଶେଷ ଥର ପାଇଁ ୨୦୨୦ରେ ଓମଫେଡ୍ କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇଥିଲା ।


ଏହାବ୍ୟତୀତ ଓମଫେଡର ଚା' ସ୍ପେଶାଲ ଦୋକାନୀଙ୍କ ପାଇଁ ଏକ ନୂଆ ପ୍ରକାର ଦୁଗ୍ଧ ବିକ୍ରି କରିବାକୁ ଯାଉଛି ଓମଫେଡ୍ ।ଯାହାର ନାଁ 'ଚାଏ ସ୍ପେଶାଲ'(Chai Special) ରହିବ ।ଏହାର ଦାମ୍ ୫ଶହ ମିଲିଲିଟର ପିଛା ୨୩ ଟଙ୍କା ରଖାଯାଇଥିବା ବେଳେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ ଓ ପୁରୀରେ ଉପଲବ୍ଧ ହେବ ।



https://socialnewsodiaofficial.blogspot.com

Post a Comment

0 Comments