Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଲୋକସେବା ଭବନ ଯାଇପାରିବେ ସ୍ଵୀକୃତିପ୍ରାପ୍ତ ସାମ୍ବାଦିକ; କୋଭିଡ୍ ମହାମାରୀ କାରଣରୁ ୨୦୨୦ ମସିହାଠାରୁ ଲୋକସେବା ଭବନରେ ସାମ୍ବାଦିକଙ୍କ ପାଇଁ କଟକଣା ଜାରି ରହିଥିଲା - ଏବେ ସରକାର ଏହି କଟକଣା ଉଠାଇ ନେଇଛନ୍ତି

 


13-APRIL-2022


📌


BY: SRINIBASH ROUT

ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ ।ଦୀର୍ଘ ଦୁଇ ବର୍ଷ ପରେ ସାମ୍ବାଦିକମାନେ ଏଥର ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବେ ।କୋଭିଡ୍ ମହାମାରୀ କାରଣରୁ ୨୦୨୦ ମସିହାଠାରୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା ।


ସେହିଭଳି ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସ୍ବୀକୃତିପ୍ରାପ୍ତ ବା ଆକ୍ରିଡ଼ିଏଟେଡ଼ ଖବରଦାତାମାନେ (ସାମ୍ବାଦିକ) ଲୋକସେବା ଭବନ ଯାଇପାରିବେ ବୋଲି ସରକାରଙ୍କ ପକ୍ଷରୁ ମଙ୍ଗଳବାର ୧୨ ତାରିଖ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ ତଥା ଓଏସ୍‌ଡ଼ି ପିସି ପ୍ରଧାନ ସମସ୍ତ ବିଭାଗଗୁଡ଼ିକୁ ଅବଗତ କରାଇଛନ୍ତି ।ଲୋକସେବା ଭବନ ବ୍ୟତୀତ ରାଜୀବ ଭବନ ଓ ଖାରବେଳ ଭବନ ମଧ୍ୟ ଯାଇପାରିବେ ସାମ୍ବାଦିକ ଓ ସାଧାରଣ ଲୋକ ।


ଆସନ୍ତା ୧୮ରୁ ଏହି ନିୟମ ଲାଗୁ କରାଯିବ ।ସାଧାରଣ ଲୋକ ଅନଲାଇନ୍‌ ମାଧ୍ୟମରେ ପାସ୍‌ ପାଇଁ ଆବେଦନ କରିପାରିବେ ।ପାସ୍‌ ମିଳିବା ପରେ ସେମାନେ ଲୋକସେବା ଭବନରେ ଏଣ୍ଟ୍ରି କରିପାରିବେ ।କେବଳ ଲୋକସେବା ଭବନ ନୁହେଁ, ଖାରବେଳ ଭବନ ଓ ରାଜୀବ ଭବନରେ ମଧ୍ୟ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ରହିବ ।ସାଧାରଣ ଲୋକେ ଅନ୍‌ଲାଇନ୍‌ ମାଧ୍ୟମରେ ଏହି ୱେବ୍‌ସାଇଟ୍‌ ଜରିଆରେ http://epravesh.odisha.gov.in/ ଲୋକସେବା ଭବନରେ ପ୍ରବାଶ ପାଇଁ ଅନୁମତି ପାଇପାରିବେ ।ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।


ସୂଚନାଯୋଗ୍ୟ  ମହାମାରୀ କରୋନା ପାଇଁ ଦୀର୍ଘ ୨ ବର୍ଷ ହେବ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ ପାଇଁ ଆଗନ୍ତୁକଙ୍କୁ ବାରଣ କରାଯାଇଥିଲା। ଆଗମନକାରୀଙ୍କୁ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନ ଯାଇପାରୁନଥିଲେ। ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା ।କିନ୍ତୁ ଏବେ କରୋନା ସଂକ୍ରମଣ କମିବା ପରେ କଟକଣାକୁ କୋହଳ କରିଛନ୍ତି ସରକାର ।


ଲୋକସେବା ଭବନ ବ୍ୟତୀତ ରାଜୀବ ଭବନ ଓ ଖାରବେଳ ଭବନ ମଧ୍ୟ ଯାଇପାରିବେ ସାମ୍ବାଦିକ ଓ ସାଧାରଣ ଲୋକ ।


(କେବଳ ପାସ୍ ଥିବା ସାମ୍ବାଦିକ ମାନଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବ)




https://socialnewsodiaofficial.blogspot.com

Post a Comment

0 Comments