Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ହରଭଜନଙ୍କ ବଡ଼ ଘୋଷଣା: ରାଜ୍ୟସଭା ଦରମା ଦାନ କରିବେ ହରଭଜନ ସିଂ, ନେବେନାହିଁ ସାଂସଦ ଭାବେ ଦରମା - କୃଷକ ପରିବାରର ଝିଅମାନଙ୍କ ଶିକ୍ଷା ପାଇଁ ନିଜ ରାଜ୍ୟସଭା ଦରମା ଦାନ କରିବେ ହରଭଜନ ।

 


17-APRIL-2022


📌


BY: SRINIBASH ROUT

କ୍ରିକେଟର ପୂର୍ବତନ ଅଫ୍ ସ୍ପିନର ଏବଂ ରାଜ୍ୟସଭା ସାଂସଦ ହରଭଜନ ସିଂ ଏକ ଉତ୍ତମ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷକଙ୍କ ଝିଅମାନଙ୍କ ଶିକ୍ଷା ଓ କଲ୍ୟାଣ ନିମନ୍ତେ ନିଜ ରାଜ୍ୟସଭାର ଦରମା ପ୍ରଦାନ କରିବେ ବୋଲି ଶନିବାର ୧୬ ତାରିଖ ଘୋଷଣା କରିଛନ୍ତି ।ଏଥିସହ ସେ କହିଛନ୍ତି ଯେ ରାଜ୍ୟସଭା ସଦସ୍ୟ ଭାବେ ସେ ଦେଶର ଉନ୍ନତି ପାଇଁ ଯଥାସମ୍ଭବ ଉଦ୍ୟମ କରିବେ। ପଞ୍ଜାବ ନିର୍ବାଚନ ପରେ ହରଭଜନ ସିଂ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ।ପରେ ଦଳ ତାଙ୍କୁ ରାଜ୍ୟସଭା ଆସନ ପାଇଁ ମନୋନୀତ କରିଥିଲା। 


ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବର ୧୧୭ ବିଧାନସଭା ଆସନ ମଧ୍ୟରୁ ଆପ୍ ୯୨ ଟି ଆସନ ଜିତି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ।


ହରଭଜନ ସିଂ ଗତବର୍ଷ ଡିସେମ୍ବର ୨୪ ତାରିଖରେ କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ଅବସର ନେଇଥିଲେ।  ଅବସର ନେବା ପରେ ସେ କଂଗ୍ରେସ କିମ୍ବା ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା ।କିନ୍ତୁ ସେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ।




https://socialnewsodiaofficial.blogspot.com

Post a Comment

0 Comments