11-APRIL-2022
📌
BY: SRINIBASH ROUT
କାମ ଦେଉନି ସଜାଗ, ସଚେତନତା ଓ କାର୍ଯ୍ୟାନୁଷ୍ଠାନ, ରାଜ୍ୟରେ ଥମୁନି ବନ୍ୟପ୍ରାଣୀ ଚୋରା କାରବାର ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ବଲାଙ୍ଗିର ରାଜ୍ୟର ଯେଉଁ ଅଞ୍ଚଳ ଦେଖିବେ, ସବୁଠି ସକ୍ରିୟ ବନ୍ୟଜନ୍ତୁ ଶିକାରୀ ।କେଉଁଠି ଚମଡ଼ା ଓ ନଖ ପାଇଁ ବାଘ ତ, କେଉଁଠି ଶିଙ୍ଗ ପାଇଁ ହରିଣ ।ସେହିଭଳି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ଶନିବାର ୦୯ ତାରିଖ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ପୋଲିସ ସୀମାରେ ଥିବା ଡାବେରୀ ଗ୍ରାମରେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ବିପିନ୍ ନାୟକ ବୋଲି ଜଣାପଡ଼ିଛି। ଗୋଟିଏ ଚିତାବାଘର ଚମଡ଼ା ମଧ୍ୟ ତାଙ୍କ ନିକଟରୁ ଜବତ କରାଯାଇଛି ।
ଯେତେ ସଜାଗ, ସଚେତନତା ଓ କାର୍ଯ୍ୟାନୁଷ୍ଠାନ ପରେ ବି ରାଜ୍ୟରେ ଥମୁନି ବନ୍ୟପ୍ରାଣୀ ଚୋରା କାରବାର ।ବାଘ, ହାତୀ, ହରିଣ ଏବଂ ବଜ୍ରକାପ୍ତା ଭଳି ବନ୍ୟଜନ୍ତୁଙ୍କୁ ଶିକାର କରି ଲୁଟି ନେଉଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିବା ରାକେଟ୍ ।ଅନ୍ତର୍ଜାତୀୟ ବଜାରରେ ସେମାନେ ଏସବୁକୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା କମାଉଥିବା ବେଳେ ଏପଟେ କାଁ ଭାଁ ଘଟଣାରେ ଧରା ପଡ଼ି ସଜା ଭୋଗୁଛନ୍ତି ।ଛୋଟ କାଟିଆ ଅଭିଯୁକ୍ତ ଗଲା କିଛି ଦିନ ଭିତରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସିଛି ।
ଏପ୍ରିଲ୍ ୬ ରେ ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲୁସିସିବି), କେଉଁଝର ଏବଂ କରଞ୍ଜିଆ ଜଙ୍ଗଲ ପରିସରର ଅଧିକାରୀଙ୍କ ମିଳିତ ଚଢ଼ାଉ ପରେ ମୟୂରଭଞ୍ଜର କରଞ୍ଜିଆ ଠାରେ ଥିବା ପୁରୁଣା ବସ୍ ଷ୍ଟାଣ୍ଡ ଅଞ୍ଚଳ ନିକଟରେ ଏକ ଚିତାବାଘ ର ଚର୍ମ ଜବତ କରାଯାଇଥିଲା। ଏହି ମାମଲାରେ ସମୁଦାୟ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।
ଏଠାରେ ଉଲ୍ଲେଖ କରିବା ପ୍ରଯୁଜ୍ୟ ଯେ ଡବ୍ଲୁସିସିବି ବେଆଇନ୍ ବନ୍ୟଜନ୍ତୁ ହତ୍ୟା ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ କରୁଛି। ଏପର୍ଯ୍ୟନ୍ତ ଏଜେନ୍ସି ପ୍ରାୟ ୨୭ ଟି ଚିତାବାଘ ଚର୍ମ, ୧୫ ଟି ହାତୀ ଦାନ୍ତ, ୧୨ ଟି ଜୀବନ୍ତ ବଜ୍ରକାପ୍ତା ଜବତ କରିଛି। ଏଗୁଡ଼ିକ ପୃଥକ ଭାବରେ, ୨୯ ୨ ଟି ଚିତାବାଘ ଦାନ୍ତ, ୨୯ ଟି ଚିତାବାଘ ଖଣ୍ଡ ଏବଂ ୪୬ ଟି ଜୀବନ୍ତ ବଣୁଆ ପାରା ମଧ୍ୟ ଜବତ କରିଛି । ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଜୀକୃତ ହୋଇଥିବା ମାମଲାରେ ୬୪ ବନ୍ୟଜନ୍ତୁ ଅପରାଧୀଙ୍କୁ ଗିରଫ କରାଯାଇଛି।
https://socialnewsodiaofficial.blogspot.com
0 Comments