23-APRIL-2022
📌
Published by Srinibash Rout in Odisha
ନିତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ହେଲେ ସୁମନ କେ. ବେରି ।ବିଶିଷ୍ଟ ଅର୍ଥନୀତିଜ୍ଞ ସୁମନ କେ.ବେରିଙ୍କୁ ନୀତି ଆୟୋଗର ନୂଆ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ରାଜୀବ କୁମାରଙ୍କ ଇସ୍ତଫା ପରେ ସୁମନ କେ. ବେରିଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି ।
ପୂର୍ବରୁ ବେରି ନ୍ୟାସନାଲ କାଉନସିଲ୍ ଅଫ୍ ଆପ୍ଲାଏଡ ଇକୋନମିକ୍ ରିସର୍ଚ୍ଚର ମହାନିର୍ଦ୍ଦେଶକ ଭାବରେ ୨୦୦୧ରୁ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତି ପରାମର୍ଶଦାତା ପରିଷଦରେ ସଦସ୍ୟ ଥିଲେ ସୁମନ ବେରି ।ଏହାସହ ଷ୍ଟାଟିଷ୍ଟିକାଲ କମିଶନ ଏବଂ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ବୈଷୟିକ ପରାମର୍ଶଦାତା ମଧ୍ୟ ଥିଲେ ସୁମନ କେ. ବେରି ।
https://socialnewsodiaofficial.blogspot.com
0 Comments