Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ବଜାରରେ ନକଲି ସର୍ଫ ଏକ୍ସଲ: ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ନକଲି ସର୍ଫ ଏକ୍ସଲ - ନାମୀ ବ୍ରାଣ୍ଡ, ନକଲି ମାଲ୍‌, ଡୁପ୍ଲିକେଟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ବିପୁଳ ପରିମାଣର ନକଲି ସର୍ଫ ଏକ୍ସଲ (ଡିଟରଜେଣ୍ଟ) ଜବତ।

 


19APRIL-2022


📌


BY: SRINIBASH ROUT

ଆପଣ ଯେଉଁ ସର୍ଫ ଏକ୍ସଲକୁ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି ।ସିଏ ନକଲି ।ବିପୁଳ ପରିମାଣର ନକଲି ସର୍ଫ ଜବତ ହୋଇଛି ।ଅଭିଜିତ୍ ବେହେରା ନାମକ ବ୍ୟକ୍ତି ଗିରଫ ହୋଇଛନ୍ତି ।ସର୍ଫ ଏକ୍ସେଲର ରାପ ଲଗାଇ ତିଆରି ହେଉଥିଲା ଏହି ନକଲି ଡିଟରଜେଣ୍ଟ ।୧୫୪୦ କେ.ଜି ଓଜନର ପ୍ୟାକେଟ, ୧୮୦୦ କେ.ଜି ଓଜନର ଖୋଲା ଡିଟରଜେଣ୍ଟ ଜବତ ହୋଇଛି ।ସର୍ଫ ଏକ୍ସଲ କମ୍ପାନୀ ନାଁରେ କରାଯାଉଥିଲା ବିକ୍ରୀ । ଅଭିଯୁକ୍ତକୁ କଟକ ମାଲଗୋଦାମ ଥାନା ପୋଲିସ ଗିରଫ କରିଛି ।


ଟାଙ୍ଗି ଅଞ୍ଚଳର ବ୍ରାହ୍ମଣ ପଡ଼ା, ମାହାଙ୍ଗା ଅଞ୍ଚଳର ଉମର ଓ କଟକ ସଦର ଅଞ୍ଚଳର ଖଣ୍ଡେଇତା ଠାରେ ଏହି ନକଲି ଡିଟରଜେଣ୍ଟ ପ୍ରସ୍ତୁତ କରାଯାଉଥିଲା ।ଏହି ନକଲି ବ୍ୟବସାୟରେ ସମ୍ପୃକ୍ତ ଅନ୍ୟ ତିନି ଜଣଙ୍କୁ ଖୋଜୁଛି ପୋଲିସ ।


ଏହି ଘଟଣାରେ ଦୁଇଟି ବାଇକ୍, ଦୁଇଟି ଅଟୋ ରିକ୍ସା, ଦୁଇଟି ଓଜନ ଯନ୍ତ୍ର, ପ୍ୟାକେଜିଙ୍ଗ ମେସିନ୍, ସିଲେଇ ମେସିନ୍, ଏକ ଏୟାର କଂପ୍ରେସର ଓ ଅନ୍ୟାନ୍ୟ କଞ୍ଚା ମାଲ ଜବତ କରିଛି ପୋଲିସ ।ତିନି ଚାରି ମାସ ତଳେ କାମ ଆରମ୍ଭ ହୋଇଥିଲା ।ଟାଙ୍ଗୀ ଥାନା ବ୍ରାହ୍ମଣ ପଡ଼ାରେ Manufacturing ୟୁନିଟ୍ ଥିଲା ବୋଲି ଜଣାପଡ଼ିଛି ।


ପୂର୍ବରୁ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ପନୀର,ଘିଅ, ଧୂପକାଠି, ଟମାଟୋ ସସ୍ , ଚିଲି ସସ୍ , ତମାଖୁ, ସିମେଣ୍ଟ ଆଦିର ନକଲି ଜିନିଷ ଜବତ ହୋଇଥିଲା ।





https://socialnewsodiaofficial.blogspot.com

Post a Comment

0 Comments