Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ନିର୍ବାଚନରେ ପରାସ୍ତ ହେଲେ, କିନ୍ତୁ ପ୍ରତିଶ୍ରୁତି ରଖିଲେ; କୁମୁଟିଗୁଡ଼ାସ୍ଥିତ ଶାନ୍ତି କୁମାରୀ ବାଘଙ୍କ ଘରେ ଦୀର୍ଘ ବର୍ଷ ହେଲା ବିଦ୍ୟୁତ୍‌ ସଂଯୋଗ ନାହିଁ - ନିର୍ବାଚନ ପ୍ରଚାର ସମୟରେ ବିଦ୍ୟୁତ୍‌ ସଂଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ଜି. ଶ୍ରୀନିବାସ ରାଓ ।

 


08-APRIL-2022


📌


BY: SRINIBASH ROUT

ଦେଇଥିବା ପ୍ରତିଶୃତି କୁ ପୁରଣ କରିଛନ୍ତି ପୌର ନିର୍ବାଚନରେ ପରାସ୍ତ ହୋଇଥିବା ଜଣେ ପ୍ରାର୍ଥୀ ।ମାଲକାନଗିରି ଜିଲ୍ଲା ସଦର କୁମୁଟିଗୁଡ଼ାସ୍ଥିତ ଶାନ୍ତି କୁମାରୀ ବାଘଙ୍କ ଘରେ ଦୀର୍ଘ ବର୍ଷ ହେଲା ବିଦ୍ୟୁତ୍‌ ସଂଯୋଗ ନାହିଁ। ପୌର ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀ ଜି. ଶ୍ରୀନିବାସ ରାଓ ଶାନ୍ତିଙ୍କ ସମସ୍ୟା ଜାଣିବାକୁ ପାଇଥିଲେ। ସେ ଶାନ୍ତି ଙ୍କୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନରେ ଶ୍ରୀନିବାସ ଜିତିପାରି ନ ଥିଲେ ମଧ୍ୟ ଶାନ୍ତି ଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ପହଞ୍ଚିବାରେ ସାହାଯ୍ୟ କରି ଶାନ୍ତିଙ୍କ ଘରକୁ ଆଲୋକିତ କରିଛନ୍ତି।


ବର୍ତ୍ତମାନ୍ ଦୀର୍ଘବର୍ଷ ପରେ ଘରେ ଆଲୁଅ ଦେଖି ଶାନ୍ତି ଙ୍କ ପରିବାର ମୁହଁରେ ହସ ଦେଖିବାକୁ ମିଳିଛି ଆଉ ତାଙ୍କ ମୁହଁରେ ଜି. ଶ୍ରୀନିବାସ ରାଓ ବା ଚିଟି ଭାଇ ଙ୍କ ପାଇଁ ପ୍ରଶଂସା ର ସୁଅ ଛୁଟୁଛି ।ଆଉ ଚିଟି ଭାଇ ଶାନ୍ତି ଙ୍କ ଘରକୁ ଯାଇ ତାଙ୍କୁ ସବୁ ସମସ୍ୟାର ସମାଧାନ କରିବାକୁ ଆଶ୍ୱାସନା ଦେଇଛନ୍ତି ଏହି ସମୟ ରେ ମାଲକାନଗିରି ଯୁବ କଂଗ୍ରେସ ପ୍ରବକ୍ତା ଇସାକ ଖୋସଲା ଓ ବହୁ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।ବର୍ତ୍ତମାନ୍ ଏଭଳି କାର୍ଯ୍ୟକୁ ନେଇ ମାଲକାନଗିରି ସହର ରେ ବେଷ ପ୍ରଶଂସା କରାଯାଉଛି ।ନିର୍ବାଚନ ହାରି ମଧ୍ୟ ଜିତିବା ଭଳି ଖୁସି ଅନୁଭବ କରୁଛନ୍ତି ଜି. ଶ୍ରୀନିବାସ ରାଓ। ତାଙ୍କ କାର୍ଯ୍ୟକୁ ଦେଖିଲେ ବି ଠିକ୍ ସେୟା ହିଁ ଲାଗୁଛି। ଲାଗୁଛି ସେ ହାରି ବି ଜିତି ଯାଇଛନ୍ତି। ଆଉ ସେଥିପାଇଁ ତ ସ୍ଥାନୀୟ ଲୋକେ କହୁଛନ୍ତି, ନେତା ହେବ ତ ଏମିତି ।


ଜି. ଶ୍ରୀନିବାସ ରାଓ କହିଛନ୍ତି, ମୁଁ ଯେତେ ଦୂର ସମ୍ଭବ ଲୋକଙ୍କୁ ସହାୟତା କରିବି। ହାରି ଯାଇଥିଲେ ବି ମାଲକାନଗିରି ମ୍ୟୁନିସିପାଲିଟିରେ ବସବାସ କରୁଥିବା ଲୋକଙ୍କର ବିଭିନ୍ନ ସମସ୍ୟାକୁ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବି। ଆଉ କେହି ନଶୁଣିଲେ ଆନ୍ଦୋଳନ କରିବି। ସାଙ୍ଗସାଥୀ ଓ ସମାଜସେବୀଙ୍କ ସହଯୋଗରେ ମୁଁ ମୋର ସମାଜସେବା କାର୍ଯ୍ୟ ଜାରି ରଖିବି।



https://socialnewsodiaofficial.blogspot.com

Post a Comment

0 Comments