Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଆଜ୍ଞାମାଳ ପରେ ରଥ କାଠ ଚିରଟ ଆରମ୍ଭ; ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ପବିତ୍ର ରାମନବମୀ ଅବସରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ରଥକାଠ ଚିରଟ ଅନୁକୂଳ ହୋଇଛି - ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ରଥ ନିର୍ମାଣ କାମ ।

 


11-APRIL-2022


📌


BY: SRINIBASH ROUT

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ରବିବାର ୧୦ ତାରିଖ ପବିତ୍ର ରାମ ନବମୀ ଅବସରରେ ରଥଯାତ୍ରା ରଥକାଠ ଚିରଟ ଅନୁକୂଳ ହୋଇଛି ।ରଥ ନିର୍ମାଣ ପରମ୍ପରା ଅନୁସାରେ ପବିତ୍ର ରାମନବମୀରେ ଅଜ୍ଞାମାଳ ପହଞ୍ଚିବା ପରେ କାଠ ଚିରଟର ଶୁଭାରମ୍ଭ ହୋଇଛି ।କଟକ ଖପୁରିଆ ସ୍ଥିତ ଓଡ଼ିଶା ବନ ଉନ୍ନୟନ ନିଗମର ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରା ଅନୁକୂଳ ହୋଇଛି ।ରଥକାଠ ତତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଟିମ୍ କଟକରେ ପହଞ୍ଚି ଚିରଟ ପ୍ରକ୍ରିୟାର ଅନୁକୂଳ କରିଛନ୍ତି ।ତିନିଟି ଧଉରା କାଠକୁ ମାଳ ମହାପ୍ରସାଦ ଲାଗି କରାଯାଇ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି ।


ରଥ କାଠ ଚିରଟ ଅନୁକୂଳ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମାଳ, ତୁଳସୀ , ମହାପ୍ରସାଦ ଆଦି ବିଭିନ୍ନ ପୂଜା ସାମଗ୍ରୀ ଆସିଥାଏ ।ଏହା କଟକରେ ପହଞ୍ଚିବା ପରେ ପ୍ରଥମେ କାଠ ପୂଜା ହେବା ପରେ ରଥ କାଠ ଚିରଟ ହୋଇଛି ।


ପରମ୍ପରା ଅନୁଯାୟୀ ଆସନ୍ତା ଅକ୍ଷୟ ତୃତୀୟା ଠାରୁ ନୀତି ରଥର ନିର୍ମାଣ କାର୍ଯ୍ୟ ରଥଖଳାରେ ଆରମ୍ଭ ହେବ ।ସ୍ବରସ୍ବତୀ ପୂଜା ଦିନ ବଡ଼ଦାଣ୍ଡରେ ରଥକାଠ ଅନୁକୂଳ ପୂର୍ବରୁ ପ୍ରଥମ ଦିନରେ ୬୩ ଖଣ୍ଡ କାଠ ଆସିଥିଲା ।ଏହା ପରେ ୩୪ ଖଣ୍ଡ କାଠ ବଡ଼ଦାଣ୍ଡ ରଥଖଳାକୁ ଆସିଥିଲା ।ଇତି ମଧ୍ୟରେ ଖପୁରିଆ ସ୍ଥିତ କରତ କଳକୁ ୨୪ ଖଣ୍ଡ କାଠ ପହଞ୍ଚି ସାରିଛି ।ଆବଶ୍ୟକ କାଠ ପର୍ଯ୍ୟାୟ କ୍ରମେ ପହଞ୍ଚିବ ବୋଲି ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି ।ରଥ ନିର୍ମାଣ ପରମ୍ପରା ଅନୁସାରେ ରାମନବମୀରେ କାଠ ଚିରଟର ଶୁଭାରମ୍ଭ ହୁଏ ।




https://socialnewsodiaofficial.blogspot.com

Post a Comment

0 Comments