23-APRIL-2022
📌
Published by Srinibash Rout in Odisha
ଅଫ୍-ରୋଡ଼ ଥାଇବି ରାସ୍ତାରେ ଗଡୁଥିବା ବସ୍କୁ ଜବତ କରିଛି ପରିବହନ ବିଭାଗ । ବର ଯାତ୍ରୀ ଧରି ଏକ ବିବାହ ଉତ୍ସବରୁ ଫେରୁଥିବା ‘କ୍ରିଷ୍ଣାଜୀ’ ନାମକ ଯାତ୍ରୀବାହି ବସ୍କୁ ସୁନ୍ଦରଗଡ ପରିବହନ ବିଭାଗ ଅଧିକାରୀ ଅଟକାଇ ଯାଞ୍ଚ୍ ପରେ ୩ ଲକ୍ଷ ୭୦ ହଜାର ୧୭୨ ଟଙ୍କା ଫାଇନ୍ କାଟିଛନ୍ତି ।
ସୂଚନା ଅନୁସାରେ ସୁନ୍ଦରଗଡ଼ ପରିବହନ ବିଭାଗ ଇନ୍ସପେକଟର ( ଟ୍ରାଫିକ୍ ) ଜିତେନ୍ଦ୍ର କୁମାର ମୁର୍ମୁ ତାଙ୍କ ଟିମ୍ ସହିତ ସଦର ଥାନା କରମଡିହି ନିକଟରେ ଯାଞ୍ଚ୍ କରୁଥିଲେ ।ସେହି ସମୟରେ ରାତି ପ୍ରାୟ ୧୧ଟା ବେଳେ ଦେବଗଡ଼ରୁ ଝାରଖଣ୍ଡ କୁର୍ଡେଗକୁ ବରଯାତ୍ରୀ ନେଇ ଫେରୁଥିଲା କ୍ରୀଷ୍ଣାଜୀ ନାମକ ଯାତ୍ରୀବାହୀ ବସ୍। ବସ୍ ନଂ ଓଡ଼ି ୨୮ ଏ ୨୫୨୬ ରହିଥିବା ବେଳେ ବସ୍ଟିକୁ ଅଟକାଇ ବିଭାଗ ପକ୍ଷରୁ ଯାଞ୍ଚ୍ କରାଯାଇଥିଲା। ଯାଞ୍ଚ୍ ବେଳେ ରୋଡ଼ ପରମିଟ୍, ଇନସୁରାନ୍ସ, ଫିଟନେସ୍, ପଲ୍ୟୁସନ ଏବଂ ଟ୍ୟାକ୍ସ ନଥିବା ଜଣାପଡ଼ିଥିଲା ।ଯାହାଦ୍ବାରା ବସ୍ଟିକୁ ୩ ଲକ୍ଷ ୭୦ ହଜାର ୧୭୨ ଟଙ୍କା ଫାଇନ୍ ପଡ଼ିଛି। ପରିବହନ ବିଭାଗ ଗାଡ଼ିଟିକୁ ଜବତ କରିଥିବା ବେଳେ ସେଥିରେ ଥିବା ବର ଯାତ୍ରୀଙ୍କୁ ଅନ୍ୟ ଏକ ଗାଡ଼ି କରି ଗନ୍ତବ୍ୟ ସ୍ଥଳକୁ ପଠା ଯାଇଥିଲେ ।
https://socialnewsodiaofficial.blogspot.com
0 Comments