Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ସ୍କୁଲ୍ ବହି କବାଡ଼ିଆକୁ ବିକ୍ରି - ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ: ଛାତ୍ରଛାତ୍ରୀ ପାଇଁ ସରକାରଙ୍କ ତରଫରୁ ମାଗଣାରେ ବହି ଯୋଗାଇ ଦିଆ ଯାଇଥିବା ବେଳେ ସେହି ବହିକୁ ବିଦ୍ୟାଳୟ କତ୍ତୃପକ୍ଷ ବାଣ୍ଟିବା ବଦଳରେ କବାଡି ବାଲାକୁ ବିକ୍ରି ।

 



21-APRIL-2022


📌


Published by Srinibash Rout in Odisha

ସ୍କୁଲ ବହି କବାଡ଼ିଆକୁ ବିକି ପ୍ରଧାନଶିକ୍ଷକ ନିଲମ୍ବିତ ।ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧୁସିତ କୋଇଡା ବ୍ଲକ୍ ପାଟମୁଣ୍ଡା ପଞ୍ଚାୟତ ସର୍ଗିଗଡ଼ ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ବିଦ୍ୟାଳୟରେ। 


ସୂଚନାଯୋଗ୍ୟ, ସର୍ଗିଗୁଡ଼ା ୟୁପି ସ୍କୁଲକୁ ୨୦୧୯-୨୦୨୦, ୨୦୨୦-୨୦୨୧, ୨୦୨୧-୨୦୨୨ ଶିକ୍ଷା ବର୍ଷର ଆସିଥିବା ବହି ଛାତ୍ରଛାତ୍ରୀଙ୍କୁ ବାଣ୍ଟିବା ବଦଳରେ ପ୍ରଧାନ ଶିକ୍ଷକ କବାଡି ବାଲାକୁ ବିକି ଦେଇଥିଲେ। ତିନି ହଜାରରୁ ଊର୍ଦ୍ଧ୍ୱ ବହି ଏକ ଅଟୋରେ ବୋଝେଇ ହୋଇ ଯାଉଥିବା ବେଳେ ଗ୍ରାମବାସୀ ଗାଡ଼ିକୁ ଅଟକାଇଥିଲେ। ବହି କେଉଁଠୁ ଆଣିଲ ପଚାରିବାରୁ ସର୍ଗିଗଡ଼ ସରକାରୀ ପ୍ରକଳ୍ପ ବିଦ୍ୟାଳୟରୁ ବହି ଆଣିଥିବା ଅଟୋ ଚାଳକ କହିଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଘଟଣାର ତଦନ୍ତ କରି ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ମହମ୍ମଦ ସକିଉଲ ରେହେମାନ ପ୍ରଧାନଶିକ୍ଷକ ଛନ୍ଦା ଚରଣ ସିଂହଙ୍କୁ ନିଲମ୍ବିତ କରିଛନ୍ତି।



(ବିଇଓ ଘଟଣାର ତଦନ୍ତ କରି ଆଜି ଅର୍ଥାତ୍ ଗୁରୁବାର ୨୧ ତାରିଖ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି)



https://socialnewsodiaofficial.blogspot.com

Post a Comment

0 Comments