Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଜନ୍ମ ପ୍ରମାଣ ପତ୍ର ପାଇଁ ବି ଲାଞ୍ଚ: ଜନ୍ମ ପ୍ରମାଣ ପତ୍ର ଦେବା ପାଇଁ ଆବେଦନକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ସମୟରେ ଧରା ପଡ଼ିଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରଭାଇଜର ବାଳକୃଷ୍ଣ ପାଢ଼ୀ - ଭିଜିଲାନ୍ସ ଜାଲରେ ସ୍ଵାସ୍ଥ୍ୟ ପରିଦର୍ଶକ ।

 


19-APRIL-2022


📌


BY: SRINIBASH ROUT

ଜନ୍ମ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଇ ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ କେଲୁଆପଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ହେଲ୍ଥ ସୁପରଭାଇଜର ବାଳକୃଷ୍ଣ ପାଢ଼ୀ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି। 


ଅଭିଯୁକ୍ତ ସିଏଚ୍‌ସି ସୁପରଭାଇଜର ବାଳକୃଷ୍ଣ ପାଢ଼ୀ ଗୋଷାଣିନୂଆଗାଁର ଅଞ୍ଚଳର ହୋଇଥିବା ବେଳେ ସେ କେଲୁଆପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି)ରେ ମଲ୍ଟି ପ୍ରପୋଷ ହେଲ୍ଟ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ ।ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି ।


ସୂଚନାଯୋଗ୍ୟ ଯେ ଗୋଳନ୍ଥରା ଥାନା ଅନ୍ତର୍ଗତ ହନ୍ତୁଳା ଗ୍ରାମର କେ. ହୃଷୀକେଶ ରେଡ୍ଡୀଙ୍କ ଝିଆରିଙ୍କ ଜନ୍ମ ପ୍ରମାଣ ପତ୍ର ଦେବା ନିମନ୍ତେ ଅଭିଯୁକ୍ତ ବାଳକୃଷ୍ଣ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।ଆବେଦନକାରୀ ହରିକୃଷ୍ଣ ଦୁଇ ହଜାର ଟଙ୍କା ଦେବା ପାଇଁ ସ୍ଥିର ହୋଇଥିଲା। ସେ ଏନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବିକ ହରିକୃଷ୍ଣ ସୋମବାର ୧୮ ତାରିଖ ଅପରାହ୍ନରେ ଉପରୋକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ସୁପରଭାଇଜର ଶ୍ରୀ ପାଢ଼ୀଙ୍କୁ ଭେଟିଥିଲେ। ଦାବି ମୁତାବିକ ଦୁଇ ହଜାର ଟଙ୍କା ସେ ହେଲ୍ଥ ସୁପରଭାଇଜର ଶ୍ରୀ ପାଢ଼ୀଙ୍କୁ ଦେଇଥିଲେ। ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ସୁପରଭାଇଜରଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ଏହାପରେ ସେଠାରୁ ଭିଜିଲାନ୍ସ ଟିମ୍ ଏ ସମ୍ପର୍କିତ କାଗଜପତ୍ର ଜବତ କରିବା ସହ ହେଲ୍ଥ ସୁପରଭାଇଜର ଶ୍ରୀ ପାଢ଼ୀ ଙ୍କୁ ଗିରଫ କରିଥିଲେ। ପରେ ଭିଜାଲାନ୍ସ ଟିମ୍ ପକ୍ଷରୁ ଏକ ମାମଲା ନଂ ୦୫/୨୨ ରୁଜୁ କରିଛନ୍ତି। 


ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତ ଶ୍ରୀ ପାଢ଼ୀଙ୍କୁ ଗିରଫ ସହିତ ତାଙ୍କର ସରକାରୀ କାର୍ଯ୍ୟାଳୟରୁ କାଗଜପତ୍ର ଜବତ କରାଯାଇଛି। ସେହିପରି ଶ୍ରୀ ପାଢ଼ୀଙ୍କ ଗୋଷାଣୀ ନୂଆଗାଁ ସ୍ଥିତ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜାଲାନ୍ସ ଚଢ଼ାଉ ଜାରି ରଖିଛି ବୋଲି ଏସପି ତ୍ରିଲୋଚନ ସ୍ବାଇଁ ସୂଚନା ଦେଇଛନ୍ତି। 




https://socialnewsodiaofficial.blogspot.com

Post a Comment

0 Comments