13-APRIL-2022


📌


BY: SRINIBASH ROUT

ପରଲୋକରେ ଅଭିନେତା ଶିବ କୁମାର ।ଲୋକପ୍ରିୟ ବଲିଉଡ୍‌ ଅଭିନେତା ଶିବ୍‌ କୁମାର ସୁବ୍ରମଣ୍ୟମଙ୍କର ଦେହାନ୍ତ ହୋଇଛି ।ମଙ୍ଗଳବାର ଏପ୍ରିଲ୍‌ ୧୦ ତାରିଖରେ ମୁମ୍ବାଇରେ ଦେହାନ୍ତ ହୋଇଥିବା ସୂଚନା ରହିଛି। ଶେଷଥର ପାଇଁ ସେ ଫିଲ୍ମ ‘ମିନାକ୍ଷି ସୁନ୍ଦରେଶ୍ୱର’ରେ ନଜର ଆସିଥିଲେ ।ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିଲା ।ଏହା ବ୍ୟତୀତ ତାଙ୍କୁ କେତେ ଗୁଡ଼ିଏ ଟେଲିଭିଜନ (TV) ଧାରାବାହିକରେ ବି ଦେଖିବାକୁ ମିଳିଥିଲା ।ତାଙ୍କ ମୃତ୍ୟୁର କାରଣ ଏଯାବତ୍‌ ଜଣାପଡ଼ିନାହିଁ। ୧୯୮୯ ମସିହାରେ ‘ପରିନ୍ଦା’ ଓ ସୁଧୀର ମିଶ୍ରଙ୍କ ‘ହଜାରେ ଖ୍ବାଇସେଁ ଏସି’ ଚଳଚ୍ଚିତ୍ରରେ ଶିବ୍ କୁମାର ସ୍କ୍ରିନ୍‌ପ୍ଲେ ଲେଖି ଶ୍ରେୟ ସାଉଁଟିଥିଲେ। 


ପୁଅ ଜହାନଙ୍କ ମୃତ୍ୟୁର ଠିକ୍ ୨ ମାସ ପରେ ଶିବ୍ କୁମାରଙ୍କ ପରଲୋକ ହୋଇଯାଇଛି ।ତାଙ୍କ ପୁଅ ଜହାନ ବ୍ରେନ୍ ଟ୍ୟୁମରେ ପୀଡିତ ଥିଲେ ।ତେବେ ପୁଅକୁ ହରାଇ ଭାଙ୍ଗି ପଡ଼ିଥିଲେ ଶିବ୍ କୁମାର ।



https://socialnewsodiaofficial.blogspot.com