24-APRIL-2022


📌


Published by Srinibash Rout in Odisha

ରସିକିଆ ଡ଼ାକ୍ତର ଗିରଫ ।କଟକ ଏସସିବି ମେଡ଼ିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର୍ ଡ଼ାକ୍ତର ଆଶିଷ ପଟ୍ଟନାୟକକୁ ଗିରଫ କରିଛି ମହିଳା ଥାନା ପୋଲିସ ।ଏହି ଡ଼ାକ୍ତର ଜଣକ ୪ ଜଣ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି। ପାହାଳରେ ଏକ ଘରୋଇ ଡ଼ାକ୍ତରଖାନାରେ ରୋଗୀ ଦେଖୁଥିବା ବେଳେ ଗିରଫ କରିଛି ମହିଳା ଥାନା ପୋଲିସ ।ମିଛ କହି ଏକାଧିକ ଝିଅଙ୍କୁ ବିବାହ କରିଥିଲେ ଆଶିଷ ।ତୃତୀୟ ପତ୍ନୀର ଅଭିଯୋଗ ଆଧାରରେ ବାନ୍ଧିଲା ପୋଲିସ ।ସେ ଏବେ ସୁଦ୍ଧା ସେ ୪ ଜଣଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି ।ଆଶିଷ ର ଡ଼ାକ୍ତରୀ କାଗଜ ପତ୍ରକୁ ଯାଞ୍ଚ୍ କରୁଛି ପୋଲିସ ।

ଏଭଳି ଅଭିଯୋଗ ଆସିଛି ଏସସିବି ମେଡ଼ିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର୍ ଡ଼ାକ୍ତର ଆଶିଷ ପଟ୍ଟନାୟକଙ୍କ ବିରୋଧରେ ।ଅଭିଯୋଗ ପରେ କମିଶନରେଟ୍ ପୋଲିସ ତାଙ୍କୁ ଗିରଫ କରିଛି ।


ସୂଚନା ଅନୁଯାୟୀ, ଆଶିଷ ପଟ୍ଟନାୟକ ଏସସିବି ମେଡ଼ିକାଲ କଲେଜର ପ୍ଲାଷ୍ଟିକ ସର୍ଜରୀ ରେ ଆସିଷ୍ଟାଣ୍ଟ ପ୍ରଫେସର୍ ଭାବେ କାର୍ଯ୍ୟରତ ।ଡ଼ାକ୍ତର ପ୍ରଥମେ ଜଣେ ଡାକ୍ତରାଣୀଙ୍କୁ ବିବାହ କରିଥିଲେ ।ଏହାପରେ ତାଙ୍କୁ ଛାଡ଼ପତ୍ର ଦେଇ ଜଣେ ବ୍ୟାଙ୍କ୍ ଲେଡିଙ୍କୁ ବିବାହ କରିଥିଲେ ।ପୁଣି ୨୦୧୯ରେ ଡ଼ାକ୍ତର ଜଣଙ୍କ ଜଣେ ଫିଜିଓଥେରାପିଷ୍ଟଙ୍କ ପ୍ରେମରେ ପଡିଯାଇ ଦ୍ବିତୀୟ ପତ୍ନୀଙ୍କୁ ଛାଡପତ୍ର ନଦେଇ ତାଙ୍କୁ ବିବାହ କରିଥିଲେ ।


(ଏକାଧିକ ବିବାହ ଓ ଠକେଇ ଅଭିଯୋଗ ପରେ ପାହାଳ ନିକଟରୁ ଆଶିଷଙ୍କୁ ଗିରଫ କରାଯାଇଥିବା ସୂଚନାରୁ ଜଣାପଡ଼ିଛି)



https://socialnewsodiaofficial.blogspot.com