📌
BY Srinibash Rout in Odisha
ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ୬ ଟି ମଣ୍ଡଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମନ୍ କି ବାତ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ତାଳଚେର ପୌର ମଣ୍ଡଳ ର ୨୧ ଟି ୱାର୍ଡ଼, ବ୍ରାହ୍ମଣୀ ମଣ୍ଡଳ, ସାର ଶକ୍ତି ମଣ୍ଡଳ, ରେଳ ମଣ୍ଡଳ, ହିଙ୍ଗୁଳା ମଣ୍ଡଳ, କଣିହାଁ ମଣ୍ଡଳ ର ସମସ୍ତ ଶକ୍ତିକେନ୍ଦ୍ର ସମେତ ୫୫ ଟି ସ୍ଥାନରେ 'ମନ୍ କି ବାତ' କାର୍ଯ୍ୟକ୍ରମ ହୋଇ ଯାଇଛି ।ରବିବାର ୨୪ ତାରିଖ ଦିନ ୧୧ ଟାରୁ ୧୧ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ସବୁ ସ୍ଥାନରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ପ୍ରଧାନମନ୍ତ୍ରୀଙ୍କର 'ମନ୍ କି ବାତ' ଶୁଣିଥିଲେ । ବିଜେପି ରାଜ୍ୟ ସମ୍ପାଦକ ତଥା ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ର ନିର୍ଦ୍ଦେଶକ କାଳନ୍ଦୀ ସାମଲ ତାଳଚେର ପୌରାଚଂଳ ୱାର୍ଡ଼ ନଂ ୧ରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।ସେହିପରି ୱାର୍ଡ଼ ନଂ ୯ରେ ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ବିଭିନ୍ନ ସ୍ଥାନରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଇଂ ମାନସ ରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ପର୍ଶୁରାମ ବାରିକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, କାର୍ଯ୍ୟକ୍ରମ ର ବିଧାନସଭା ସଂଯୋଜକ କାଳନ୍ଦୀ ପ୍ରଧାନ, ସମସ୍ତ ମଣ୍ଡଳ ସଭାପତି, ନିର୍ବାଚିତ ପ୍ରତିନିଧି ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକ ସାମିଲ ହୋଇଥିଲେ ।
ଦେଶର ଯେକୌଣସି ବ୍ୟକ୍ତି 'ମନ୍ କି ବାତ' ପାଇଁ ନିଜର ଭାବନା ବାଣ୍ଟିପାରିବେ। ଧାରଣା ବାଣ୍ଟିବାକୁ, ମାଇଗୋଭ୍, ନମୋ ଆପ୍ ବ୍ୟବହାର କରିବାକୁ PMO କହିଛି। 1800-11-7800 ଡାଏଲ୍ କରି ଆପଣ ଆପଣଙ୍କର ବାର୍ତ୍ତା ଗୁଡ଼ିକୁ ରେକର୍ଡ଼ କରିପାରିବେ। ପ୍ରତ୍ୟେକ ମାସର ଶେଷ ରବିବାର ଦିନ ପ୍ରଧାନ ମନ୍ତ୍ରୀ ମୋଦି ରେଡ଼ିଓ କାର୍ଯ୍ୟକ୍ରମ 'ମନ୍ କି ବାତ' ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଦେଶର ଲୋକଙ୍କ ସହ କଥାବାର୍ତ୍ତା କରନ୍ତି। ସେ ରେଡ଼ିଓ ମାଧ୍ୟମରେ ଦେଶର ଲୋକଙ୍କୁ ସମ୍ବୋଧିତ କରନ୍ତି।
https://socialnewsodiaofficial.blogspot.com
0 Comments