09-APRIL-2022
📌
BY: SRINIBASH ROUT
ଶ୍ରୀମନ୍ଦିର ରୋଷ ଘରେ ପଶି ଚୂଲିଭଙ୍ଗା ଘଟଣାର ପର୍ଦ୍ଦାଫାଶ ଅଭିଯୁକ୍ତ ଗିରଫ। ପୁରୀ ଏସ୍.ପି କନୱର ବିଶାଲ ସିଂ ଏନେଇ ସୂଚନା ଦେଇଛନ୍ତି ।ଏସ୍.ପି କହିଛନ୍ତି, ଅଭିଯୁକ୍ତ ଜଣକ ଘଟଣା ଦିନ ଶ୍ରୀମନ୍ଦିର ଆସି ବୁଲିଥିଲେ। ଏହା ମଧ୍ୟରେ ସେ କିଛି ଅସହଜ ଅନୁଭବ କଲେ। ତା’ ପରେ ରୋଷଘରକୁ ଯାଇ ଏପରି କାଣ୍ଡ ଘଟାଇଥିଲେ। ସେଠାରୁ ସେ ପୁରୀ ସି-ବିଚ୍କୁ ଗାଲିଗଲେ। ସେଠାରେ ଗାଧୋଇ ଟ୍ରେନ୍ରେ ଫେରାର ହୋଇଯାଇଥିଲେ। ଏହି ସମସ୍ତ ଘଟଣା ଅଭିଯୁକ୍ତ ଜଣକ ଜେରା ବେଳେ ବଖାଣିଥିବା କହିଛନ୍ତି ଏସ୍.ପି। ତେବେ କାହିଁକି ଏଭଳି କଲେ ତାହା ସ୍ପଷ୍ଟ ହୋଇନାହିଁ ।କିନ୍ତୁ ଯେତିକି ଜଣାପଡ଼ିଛି ଅଭିଯୁକ୍ତ କହିଛି ଯେ, ଭଲ ଲାଗିଲାନି ବୋଲି ଚୂଲି ଭାଙ୍ଗିଦେଲି ।ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଜଣକ ନିଜେ ଏସବୁ କାଣ୍ଡ ଘଟାଇଥିବା ବେଳେ ଏଥିରେ ଆଉ କେହି ସମ୍ପୃକ୍ତ ନ ଥିବା ଏସ୍.ପି କହିଛନ୍ତି। ଗିରଫ ଅଭିଯୁକ୍ତ ଜଣଙ୍କୁ ବୁଧବାର ୦୬ ତାରିଖ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଆଗକୁ ଅଭିଯୁକ୍ତର ମାନସିକ ସ୍ଥିତି ଯାଞ୍ଚ୍ କରାଯିବ ।ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ କ୍ରାଇମ୍ ସିନ୍ ରିକ୍ରିଏଟ କରାଯାଇପାରେ। ଏହାସହ ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ କରାଯାଇପାରେ ।ଏନେଇ କୌଣସି ଲିଖିତ ମାମଲା ରୁଜୁ ହୋଇନି ବୋଲି କହିଛନ୍ତି ଏସ୍.ପି।
ଅଭିଯୁକ୍ତଙ୍କ ନାଁ ଜେ. ମହାପାତ୍ର ଓ ତାଙ୍କ ବୟସ ୩୦ ବୋଲି ଜଣାଯାଇଛି। ଜେ. ମହାପାତ୍ରଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ରବିବାର ୦୩ ତାରିଖ ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ୮୦ରୁ ଅଧିକ ଚୂଲି ଭାଙ୍ଗି ଦିଆଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ଅଭିଯୁକ୍ତକୁ ଧରିବା ପୁରୀ ପୋଲିସ ପାଇଁ ଏକ ଚାଲେଞ୍ଜ ହୋଇଥିଲା। ଏଥିନିମନ୍ତେ ଏକାଧିକ ଟିମ୍ ଗଠନ ସହ ସାଧାରଣ ଲୋକଙ୍କ ସାହାଯ୍ୟ ନିଆଯାଇଥିଲା। ତାଙ୍କୁ ଚିହ୍ନଟ ପାଇଁ ସିସିଟିଭି ଫୁଟେଜ ଯାଞ୍ଚ୍ ସହ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ସେବାୟତ, ମନ୍ଦିର କର୍ମଚାରୀ ପ୍ରମୁଖଙ୍କୁ ପଚରାଉଚରା କରାଯାଇଥିଲା। ଏହିପରି ଜଣେ ଯୁବକଙ୍କୁ ଦେଖିଥିବା ରେଲୱେ ଷ୍ଟେଶନରେ ଜଣେ ଲୋକ କହିଲେ। ଏହା ପରେ ତୁରନ୍ତ ପାଖାପାଖି ୧୦ଟି ଷ୍ଟେସନ କୁ ତଦନ୍ତ ପରିସରକୁ ଅଣାଗଲା। ଏକାଧିକ ଟିମ୍ ମେମ୍ବର ବିଭିନ୍ନ ଷ୍ଟେସନ କୁ ଯାଇ ପଚରାଉଚରା କଲେ। ଏହା ପରେ ଅଭିଯୁକ୍ତ ଯୁବକଙ୍କୁ ମଙ୍ଗଳବାର ୦୫ ତାରିଖ ରାତିରେ ଉଠାଇ ଆଣି ଏକ ଗୁପ୍ତ ସ୍ଥାନରେ ପଚରାଉଚରା କରୁଥିଲା ପୁରୀ ପୋଲିସ। ସେ ନିଜେ ଶ୍ରୀମନ୍ଦିରରେ ଚୁଲି ଭାଙ୍ଗିଥିବା ଘଟଣାକୁ ସ୍ୱୀକାର କରିଥିବା ବୁଧବାର ୦୬ ତାରିଖ ପ୍ରେସ୍ ମିଟ୍ରେ କହିଛନ୍ତି ପୁରୀ ଏସ୍.ପି କନୱର ବିଶାଲ ସିଂ।
https://socialnewsodiaofficial.blogspot.com
0 Comments