Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଭିଜିଲାନ୍ସ ଜାଲରେ ସୋସାଇଟି ସମ୍ପାଦକ; ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଠମଲ୍ଲିକ ସାନହୁଲ୍ଲା କୋଅପରେଟିଭ ସୋସାଇଟି ସମ୍ପାଦକ ପଦ୍ମଲୋଚନ ସାହୁଙ୍କୁ ଧରିଛି ଭିଜିଲାନ୍ସ - ଚାଷୀଙ୍କଠୁ ୪୦ହଜାର ଲାଞ୍ଚ ।

 


05-APRIL-2022


📌


BY: SRINIBASH ROUT

ଚାଷୀଙ୍କଠୁ ଲାଞ୍ଚ, ଟୋକନ କରାଇଦେବା କୁ ଚାଷୀଙ୍କଠୁ ୪୦ ହଜାର ଟଙ୍କା ଲାଞ୍ଚ ।ଜଣେ ଚାଷୀଙ୍କଠାରୁ ୪୦ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ଧରାପଡ଼ିଛନ୍ତି ଅନୁଗୁଳ ଜିଲ୍ଲା ସାନହୁଲ୍ଲା କୋଅପରେଟିଭ ସୋସାଇଟି ସମ୍ପାଦକ ପଦ୍ମଲୋଚନ ସାହୁ। କଟକ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି। 


ମିଳିଥିବା ସୂଚନାନୁଯାୟୀ, କୋଅପରେଟିଭ ସୋସାଇଟି ସମ୍ପାଦକ ପଦ୍ମଲୋଚନ ଜଣେ ଚାଷୀଙ୍କ ଧାନ କିଣା ପାଇଁ ଟୋକନ କରାଇଦେବାକୁ ୪୦ ହଜାର ଟଙ୍କା ମାଗିଥିଲେ। କିନ୍ତୁ ଚାଷୀ ଜଣକ ଏତେ ଟଙ୍କା ଦେବାକୁ ଅସମର୍ଥ ଥିବାରୁ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ, ସୋମବାର ୦୪ ତାରିଖ ଚାଷୀ ଜଣକ ପଦ୍ମଲୋଚନ ଙ୍କୁ ୪୦ ହଜାର ଟଙ୍କା ଦେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲେ ଭିଜିଲାନ୍ସ କର୍ମଚାରୀ।


ଏବେ ଭିଜିଲାନ୍ସ ପକ୍ଷରୁ ପଦ୍ମଲୋଚନ ସାହୁଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ୍ ଚାଲିଛି। ଠାକୁରଗଡ଼ ସାନହୁଲ୍ଲାରେ ଥିବା ପଦ୍ମଲୋଚନଙ୍କ ଘରେ ଚଢ଼ଉ କରି ତଦନ୍ତ ଚଳାଇଛି ଭିଜିଲାନ୍ସ। ଏନେଇ ମିଳିଥିବା କଟକ ଭିଜିଲାନ୍ସ କେସ୍ ନମ୍ୱର ୟୁଏସ ୭ ପିସି ଆକ୍ଟ ୧୯୮୮ରେ ମାମଲା ରୁଜୁ ହେଇଛି।



https://socialnewsodiaofficial.blogspot.com

Post a Comment

0 Comments