24-APRIL-2022


📌

by  Srinibash Rout in Odisha

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ୨୦୨୨- ୨୩ ଆର୍ଥିକ ବର୍ଷ ପାଇଁ ୨୩୭.୫୮ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି ।ସେହିପରି ପୁଞ୍ଜି ଆୟ (ଦାନ ଓ ଅନ୍ୟାନ୍ୟ ସୂତ୍ରରୁ) ୧୧୦ କୋଟି ୮୫ଲକ୍ଷ ଟଙ୍କା ଲକ୍ଷ୍ୟ ରହିଥିବା ବେଳେ ୧୦୬ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପୁଞ୍ଜି ଆୟରୁ ୪ କୋଟି ୬୧ଲକ୍ଷ ଟଙ୍କା ବଳକା ରହିବ। ତେଣୁ ଶ୍ରୀମନ୍ଦିର ପାଇଁ ଏଥର ୩୩ କୋଟି ୬୨ଲକ୍ଷ ଟଙ୍କାର ବଳକା ବଜେଟ ହେବ ବୋଲି କୁହାଯାଉଛି। ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଶୁକ୍ରବାର ପୂର୍ବାହ୍ନରେ ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଅନୁମୋଦନ ଲାଭ କରିଛି। ତେବେ ଆୟ ମଧ୍ୟରେ ସର୍ବାଧିକ ୧୦୧ କୋଟି ୪୬ ଲକ୍ଷ ଟଙ୍କା ସରକାରୀ ସହାୟତା, ଜମି ଅଧିଗ୍ରହଣ କ୍ଷତିପୂରଣରୁ ୬୦ କୋଟି ଟଙ୍କା ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି। 


ତେଣୁ ଆସନ୍ତା ୨୫ ତାରିଖରେ ଆଉଥରେ ବୈଠକ ବସିବ ବଜେଟ୍‍ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଛନ୍ତି, ପରିଚାଳନା କମିଟି ବୈଠକ ବଜେଟ୍‍ ଆଲୋଚନା ସମ୍ପୂର୍ଣ୍ଣ ହୋଇନାହିଁ। ୨୫ ତାରିଖରେ ବୈଠକ ବସି ବଜେଟ୍‍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଆଲୋଚନା କରାଯିବ।


ସୂତ୍ରରୁ ପ୍ରକାଶ ଯେ ଶ୍ରୀ ଜଗନ୍ନାଥ ମନ୍ଦିର ତରଫରୁ ରଥ ଯାତ୍ରା ଏବଂ ସ୍ନାନ ପୂର୍ଣ୍ଣିମା ପର୍ବ ପାଳନ ପାଇଁ ଆନୁମାନିକ ୧୪.୭୬ କୋଟି ଟଙ୍କା ଖର୍ଚ୍ଚ କରିବ ।



https://socialnewsodiaofficial.blogspot.com