Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି; ଗ୍ରୀଷ୍ମ ଋତୁ ଆରମ୍ଭରୁ ସହରରେ ପାନୀୟ ଜଳ ସଂକଟ, ପ୍ରାୟ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି - ସେପଟେ ପ୍ରଶାସନ ନିଦା ବିଷ୍ଣୁ ପାଲଟିଛି।

 


06-APRIL-2022


📌


BY: SRINIBASH ROUT

ଚଳିତ ବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭରୁ ପାନୀୟ ଜଳ ସଂକଟ ଦେଖାଦେଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍ ଚାରି ଛକ ନିକଟ ରେ ଥିବା ଥଣ୍ଡା ପାନୀୟ ଜଳ ଦିର୍ଘଦିନ ଅଚଳ ହୋଇ ପଡ଼ିରହିଛି। ପ୍ରଚଣ୍ଡ ଖରା ରେ ରାସ୍ତା ରେ ହଜାର ହଜାର ଲୋକ ସ୍କୁଲ୍ କଲେଜ୍ ଛାତ୍ର ଛାତ୍ରୀ ଯିବା ଆସିବା କରୁଥିବା ବେଳେ ଏହି ଚାରି ଛକ ନିକଟରେ ଥିବା ଥଣ୍ଡାପାନୀୟ ଜଳ ଉପରେ ନିର୍ଭର କରିଥାନ୍ତି ।ହେଲା ପ୍ରଶାସନ ର ରକ୍ଷଣାବେକ୍ଷଣ ଅଭାବରୁ ଆଜି ରାସ୍ତା ରେ ଯାଉଥିବା ଲୋକ ପାଣି ମୁନ୍ଦେ ପାଇବା ପାଇଁ ବଞ୍ଚିତ ହୋଇଛନ୍ତି ।


ଜନସାଧାରଣ , କଲେଜ୍ ଓ ସ୍କୁଲ୍ ଛାତ୍ର-ଛାତ୍ରୀ ୟାତାୟାତ ବେଳେ ଚାରି ଛକ ର ପିଇବା ପାଣି ଅଚଳ ହୋଇ ପଡ଼ିଥିବା ରୁ ବହୁତ ଅସୁବିଧା ହୋଇଥିବା କହିଛନ୍ତି ।ଖପ୍ରାଖୋଲ ଚାରି ଛକ ନିକଟରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସମସ୍ୟା ଆଜି ପର୍ଯ୍ୟନ୍ତ ଅଚଳ ଭାବେ ପଡ଼ିରହିଛି ।ଏବେ ଖରାଦିନ ଆରମ୍ଭ ହୋଇଥିବାରୁ ପାନୀୟ ଜଳ ସଙ୍କଟ ଆହୁରି ବୃଦ୍ଧି ପାଇବା ନିଶ୍ଚିତତା ।ଖପ୍ରାଖୋଲ ବ୍ଲକ୍ କାର୍ଯ୍ୟାଳୟ ଓ ଖପ୍ରାଖୋଲ ପାନୀୟଜଳ ଯୋଗାଣ ବିଭାଗ ଏହାର ୧୫୦ ରୁ ୩୦୦ ମିଟର ପାଖରେ ଥାଇ ମଧ୍ୟ କାହିଁକି ପ୍ରଶାସନ ନଜର ପଡୁନାହିଁ ବୋଲି ଜନସାଧାରଣ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ! 


ଏହା ସହ ତୁରନ୍ତ ଖପ୍ରାଖୋଲ ଚାରି ଛକ ନିକଟରେ ଅଚଳ ହୋଇ ପଡିରହିଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ କୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହ ମରାମତି କରିବା ପାଇଁ ଜନସାଧାରଣ ରେ ଦାବୀ ହେଉଛି।



https://socialnewsodiaofficial.blogspot.com

Post a Comment

0 Comments