09-APRIL-2022
📌
BY: SRINIBASH ROUT
ରାଜ୍ୟରେ ଜରୁରୀକାଳୀନ ସେବା ଭିତିଭୂମିରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ସାରା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୧୦୬ଟି ଏମରଜେନ୍ସି ରେସପନ୍ସ ଭେଇକିଲ(ଇଆରଭି)ର ଶୁଭାରମ୍ଭ କରାଯାଇଛି ।
ଏହି ନୂତନ ସେବାର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କର ଅସୁବିଧାଗୁଡ଼ିକୁ ଏକ ଅଧିକ ସମନ୍ୱିତ ଢଙ୍ଗରେ ସମାଧାନ କରିବା ।ମଙ୍ଗଳବାର ୦୫ ତାରିଖ ସ୍ୱତନ୍ତ୍ର ଡ଼ିଜି (ଏସ୍ଏପି) ମନୋଜ ଛାବ୍ରା କଟକ ସ୍ଥିତ ଓଏସଏପି ୬ଷ୍ଠ ବାଟାଲିୟନ ଗ୍ରାଉଣ୍ଡ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ୧୦୬ଟି ଏମରେଜେନ୍ସି ରେସପନ୍ସ ଭେଇକିଲ (ଇଆରଭି) ର ଶୁଭାରମ୍ଭ କରିଛନ୍ତି ।ବିଭିନ୍ନ ଜରୁରୀକାଳୀନ ସେବା ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଏବଂ ବିଭିନ୍ନ ଆବଶ୍ୟକତା ପାଇଁ ଅଲଗା ଅଲଗା ଜରୁରୀକାଳୀନ ନମ୍ବରରେ ଯୋଗାଯୋଗ କରିବାର ଦ୍ୱନ୍ଦକୁ ହ୍ରାସ କରିବାର ଏକ ପ୍ରୟାସ ଭାବେ ଏହି ନୂତନ ପଦକ୍ଷେପ ରାଜ୍ୟର ଲୋକମାନଙ୍କ ପାଇଁ ସାମଗ୍ରିକ ସମାଧାନ ପ୍ରଦାନ କରିବ ।
ଏହି ନୂତନ ୧୧୨ ଏମରଜେନ୍ସି ରେସପନ୍ସ ଗାଡ଼ିଗୁଡ଼ିକ ଗୋଟିଏ ପିସିଆର ଭ୍ୟାନ୍ ଭଳି ସମାନ ଭାବେ କାର୍ଯ୍ୟ କରିବ ।କିନ୍ତୁ କାର୍ଯ୍ୟଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଢ଼ଙ୍ଗରେ ପରିଚାଳନା କରିବା ଲାଗି ଏହି ନୂତନ ଭ୍ୟାନଗୁଡ଼ିକୁ ଜିଆଇଏସ ଏବଂ ଜିପିଏସ ଭଳି ଆଧୁନିକ ବ୍ୟବସ୍ଥାରେ ସୁସଜ୍ଜିତ କରାଯାଇଛି ।ଏହି ନୂତନ ପ୍ରୟାସ ଦ୍ୱାରା ଅପରାଧ, ବିଶୃଙ୍ଖଳା କାର୍ଯ୍ୟ କିମ୍ବା ଦୁର୍ଘଟଣା ଭଳି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଏବଂ ପ୍ରଭାବଶାଳୀ ଭାବେ ସହାୟତା ପ୍ରଦାନ କରାଯିବ ।ଏହି ଉଦ୍ଘାଟନୀ ଅବସରରେ ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ସ୍ୱତନ୍ତ୍ର ଡିଜିପି ଅରୁଣ ରାୟ ଓ ଆଡିସ୍ନାଲ ଡ଼ିଜି, ଆଇପିଏସ, ଶ୍ରୀ ରାଧା କିଶନ ଶର୍ମା ।ଏହି ଅବସରରେ ସ୍ୱତନ୍ତ୍ର ଡ଼ିଜି (ଏସ୍ଏପି) ମନୋଜ ଛାବ୍ରା କହିଛନ୍ତି ଯେ, “ଆମେରିକାର ୯୧୧ ଭଳି ଆମର ଗୋଟିଏ ନମ୍ବର ୧୧୨ରେ ଓଡ଼ିଶାରେ ଜରୁରୀକାଳୀନ ସମୟରେ ପୋଲିସ, ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ମିଳିବ ।
ପ୍ରଥମ ପର୍ଯ୍ୟାୟରେ ୧୦୬ଟି ଗାଡ଼ି ପ୍ରଦାନ କରାଯାଇଛି। ଭୁବନେଶ୍ୱର ଓ କଟକ କମିଶନରେଟ୍ ପୋଲିସ ପାଇଁ ୭ଟି ଲେଖାଏଁ ଗାଡ଼ି ପ୍ରଦାନ କରାଯାଇଛି। ସେହିଭଳି ପ୍ରତି ଜିଲ୍ଲା ଓ ପ୍ରମୁଖ ସହର ପାଇଁ ୩ଟି କରି ବାହନ ପ୍ରଦାନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୫୦ଟି ଯାନର ଶୁଭାରମ୍ଭ ଖୁବ୍ ଶୀଘ୍ର କରାଯିବାର ବ୍ୟବସ୍ଥା କରାଯାଉଛି।
ଏହି ଏମରଜେନ୍ସି ରେସପନ୍ସ ଗାଡ଼ିଗୁଡ଼ିକର ପରିଚାଳନା ଏବଂ କାର୍ଯ୍ୟକାରୀତା ପାଇଁ ଚିକିତ୍ସା ହେଲ୍ଥକେୟାର ଲିମିଟେଡ଼ କୁ ଦାୟିତ୍ୱ ଦିଆଯାଇଛି ।ଅନ୍ୟ ଜରୁରୀକାଳୀନ ସେବାଗୁଡ଼ିକ ପରିି ଏହି ସେବା ମଧ୍ୟ ରାଜ୍ୟର ସମସ୍ତ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିବ ।ବର୍ତ୍ତମାନ ସରକାର ନାଗରୀକମାନଙ୍କୁ ଅଲଗା ଅଲଗା ଶୃଙ୍ଖଳା ମାଧ୍ୟମରେ ପୋଲିସ, ଅଗ୍ନିଶମ, ସ୍ବାସ୍ଥ୍ୟସେବା ଇତ୍ୟାଦି ପରି ଅନେକ ଜରୁରୀକାଳୀନ ସେବା ଯୋଗାଉଛନ୍ତି ।ଉଦ୍ଘାଟନୀ ଅବସରରେ ସ୍ୱତନ୍ତ୍ର ଡିଜିପି ଅରୁଣ ରାୟ, ଆଡିସ୍ନାଲ ଡ଼ିଜି ରାଧା କିଶନ ଶର୍ମା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ବହୁ ବରିଷ୍ଠ ପୋଲିସ ଅଫିସର ଉପସ୍ଥିତ ଥିଲେ।
https://socialnewsodiaofficial.blogspot.com
0 Comments