26-APRIL-2022


📌


BY Srinibash Rout in Odisha

ଆଜି ଠାରୁ ଅର୍ଥାତ୍ ମଙ୍ଗଳବାର ୨୬ ତାରିଖ ଠାରୁ ରାଜ୍ୟର ସମସ୍ତ ସ୍କୁଲ୍ ବନ୍ଦ୍ ରହିବ।ସରକାରୀ ଏବଂ ବେସରକାରୀ ସବୁ ସ୍କୁଲକୁ ବନ୍ଦ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ବିଭାଗ ।ରାଜ୍ୟରେ ବଢ଼ୁଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ନେଇ ଏଭଳି ଘୋଷଣା କରିଛନ୍ତି ରାଜ୍ୟ ସରକାର ।ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ସ୍କୁଲ୍ ବନ୍ଦ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସୂଚନା ଦେଇଛି ।


ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ସୋମବାର ଏନେଇ ମାଧ୍ୟମିକ ଶିକ୍ଷା, ଗଣଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ବୋର୍ଡ଼ ଅଫ୍ ସେକେଣ୍ଡାରୀ ସଭାପତି, ସିଏଚଏସଇ ଅଧ୍ୟକ୍ଷଙ୍କୁ ଚିଠି ଲେଖି ରାଜ୍ୟରେ ହିଟ୍ ୱେଭ୍ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସରକାର ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନ ଓ ଘରୋଇ ସ୍କୁଲ୍ (ଉଭୟ ଓଡ଼ିଆ ଓ ଇଂରାଜୀ ମିଡିୟମ)ର ସମସ୍ତ କ୍ଲାସକୁ ୨୬ରୁ ୩୦ତାରିଖ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ନିଲମ୍ବନ କରିଛନ୍ତି ।


ତେବେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ୍ ରହିବ। ସ୍କୁଲ୍ ଛୁଟି ସତ୍ତ୍ବେ ମାଟ୍ରିକ୍ ଓ +୨ ପରୀକ୍ଷା ଚାଲୁ ରହିବ ।ଯଦି ଆଗକୁ ତାତି ଆହୁରି ବଢେ ତେବେ ଛୁଟି ବଢିପାରେ। ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁନ୍‌ ୬ରୁ ୧୬ ଯାଏଁ ସ୍କୁଲ୍ ଖରାଛୁଟି ଘୋଷଣା କରାଯାଇଛି। 


(ତେବେ ପ୍ରବଳ ଖରା ପାଇଁ ୫ଦିନ ସ୍କୁଲ୍ ବନ୍ଦ୍ ରଖିବାକୁ ନିଷ୍ପତ୍ତି ହୋଇଛି)




https://socialnewsodiaofficial.blogspot.com