Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ରାଜ୍ୟସଭାରୁ ଅବସର ନେଲେ ୭୨ ସାଂସଦ; ପ୍ରଥମ ଥର ପାଇଁ ରାଜ୍ୟସଭାରୁ ଅବସର ନେଇଛନ୍ତି ୭୨ ସାଂସଦ, ଓଡ଼ିଶାରୁ ୩ ରାଜ୍ୟସଭା ସାଂସଦ ପ୍ରଶ୍ନ ଆଚାର୍ଯ୍ୟ, ଭାସ୍କର ରାଓ ଏବଂ ଶସ୍ମିତ ପାତ୍ରଙ୍କ କାର୍ଯ୍ୟକଳା ଶେଷ ହୋଇଛି ।

 


02-APRIL-2022


📌


BY: SRINIBASH ROUT

ରାଜ୍ୟସଭାରୁ ଏକକାଳୀନ ଅବସର ନେଲେ ୭୨ ଜଣ ସାଂସଦ। ଗୁରୁବାର ୩୧ ତାରିଖ ରାଜ୍ୟସଭାରୁ ଅବସର ନେଇଛନ୍ତି ୭୨ ସାଂସଦ ।ଏହି ତାଲିକାରେ ଓଡ଼ିଶାରୁ ୩ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକଳା ଶେଷ ହୋଇଛି ।ସମସ୍ତ ୭୨ ସାଂସଦ ଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା ଦିଆଯାଇଥିବା ସୂଚନା ମିଳିଛି ।ଏମ୍‌ପିଙ୍କୁ ବିଦାୟ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମୋର କାମନା ଆପଣମାନେ ପୁଣି ରାଜ୍ୟ ସଭାକୁ ଆସନ୍ତୁ। ଏହି ଅବସରରେ ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦସ୍ୟମାନଙ୍କୁ ବିଦାୟ ଦେଇଛନ୍ତି। ଗୃହର ନେତା ପୀୟୁଷ ଗୋୟଲ ଏବଂ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ୭୨ ଜଣ ସାଂସଦଙ୍କ ମଧ୍ୟରେ ୭ ଜଣ ମନୋନୀତ ସଦସ୍ୟ ମଧ୍ୟ ରହିଛନ୍ତି ।ଅବସର ନେଇଥିବା ସଦସ୍ୟମାନେ ୧୯ଟି ରାଜ୍ୟର ପ୍ରତିନିଧିତ୍ବ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ସଦସ୍ୟ ପାଞ୍ଚ ଥର କାର୍ଯ୍ୟକାଳର ଅଭିଜ୍ଞତା ରହିଛି। ଏହି ତାଲିକାରେ ଏ କେ ଆଣ୍ଟୋନୀ, ଅମ୍ବିକା ସୋନି, ପି ଚିଦାମ୍ବରମ, ଆନନ୍ଦ ଶର୍ମା, ଜୟରାମ ରମେଶ, ସୁରେଶ ପ୍ରଭୁ, ପ୍ରଫୁଲ୍ଲ ପଟେଲ, ସୁବ୍ରମଣ୍ୟମ ସ୍ୱାମୀ, ସଞ୍ଜୟ ରାଉତ, ନରେଶ ଗୁଜରାଲ, ସତୀଶ ଚନ୍ଦ୍ର ମିଶ୍ର, ଏମ ସି ମେରିକମ୍, ସ୍ୱପ୍ନା ଦାସଗୁପ୍ତା ଓ ନରେନ୍ଦ୍ର ଯାଦବଙ୍କ ନାମ ମଧ୍ୟ ରହିଛି। ବିଦାୟୀ ସଦସ୍ୟମାନଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ଲୋକଙ୍କ ହିତ ପାଇଁ ସଦନରେ ହାସଲ କରିଥିବା ଅଭିଜ୍ଞତାକୁ ଦେଶ ଆଗକୁ ନେବ ଏବଂ ଆଗାମୀ ପିଢ଼ିକୁ ପ୍ରେରଣା ଦେବାରେ ସହାୟତା କରିବା ଉଚିତ୍ ।ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଭାଷଣରେ ଗୁରୁତ୍ଵାରୋପ କରିଥିଲେ ଯେ ଜ୍ଞାନ ଅପେକ୍ଷା ଅଭିଜ୍ଞତାରେ ଅଧିକ ଶକ୍ତି ରହିଛି ଏବଂ ସାଂସଦମାନେ ଏହାକୁ ଦେଶର ସେବାରେ ଆଗେଇ ନେବା ଉଚିତ୍।


ଯେଉଁମାନେ ଅବସର ନେଉଛନ୍ତି ସେମାନଙ୍କୁ ଶୁଭେଚ୍ଛା ଜଣାଇ ଗୃହକୁ “ପୁଣିଥରେ ଆସ” ବୋଲି କହିଛନ୍ତି ମୋଦୀ। 



https://socialnewsodiaofficial.blogspot.com

Post a Comment

0 Comments