29-APRIL-2022


📌

BY: SRINIBASH ROUT

ରୁଷିଆ-ଯୁକ୍ରେନ୍ ଯୁଦ୍ଧ ଚାଲିଥିଲା ବେଳେ ରୁଷିଆର ଏକ ବଡ଼ ବୟାନ୍ ସାମ୍ମାକୁ ଆସିଛି ।ରୁଷିଆ କହିଛି ଯଦି କୌଣସି ଦେଶ ୟୁକ୍ରେନ୍ ବିରୋଧରେ ଚାଲିଥିବା ଯୁଦ୍ଧରେ ହସ୍ତକ୍ଷେପ କରନ୍ତି ତେବେ ସେହି ଦେଶ ଉପରେ ଆକ୍ରମଣ ହେବ ।


ବୁଧବାର ୨୭ ତାରିଖ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି ଯେ, ଯୁଦ୍ଧରେ ହସ୍ତକ୍ଷେପ କରିବାକୁ ନିଷ୍ପତ୍ତି ନେଇଥିବା ଦେଶ ଉପରେ ତୁରନ୍ତ ଆକ୍ରମଣ ପାଇଁ ରୁଷ ସମସ୍ତ ବ୍ୟବସ୍ଥା କରିଛି। ସେ ଆହୁରି କହିଛନ୍ତି ଯେ, ପାଶ୍ଚାତ୍ୟ ଦେଶରୁ ବୃହତ ଅସ୍ତ୍ରଶସ୍ତ୍ର ବିତରଣ ଯୁଦ୍ଧକୁ ଆହୁରି ଉତ୍ତେଜିତ କରୁଛି। 


ବୁଧବାର ସେଣ୍ଟ ପିଟସବର୍ଗରେ ସାଂସଦମାନଙ୍କୁ ସମ୍ବୋଧିତ କରି ପୁଟିନ୍ କହିଛନ୍ତି ଯେ, ପଶ୍ଚିମ ଦେଶମାନେ ଏକାଠି ରୁଷକୁ ବିଭିନ୍ନ ଭାଗରେ ବିଭକ୍ତ କରିବାକୁ ଚାହୁଁଛନ୍ତି। ୟୁକ୍ରେନକୁ ରୁଷ ସହିତ ଯୁଦ୍ଧ କରିବାକୁ ମଧ୍ୟ ପାଶ୍ଚାତ୍ୟ ଦେଶମାନେ ପ୍ରବର୍ତ୍ତାଇ ଥିବା ଅଭିଯୋଗ କରିଛନ୍ତି ପୁଟିନ୍।


https://socialnewsodiaofficial.blogspot.com