18-APRIL-2022
📌
BY: SRINIBASH ROUT
ଆମେରିକାରେ ପୁଣି ଏକ ସର୍ବସାଧାରଣ ସ୍ଥାନରେ ବଡ଼ ଗୁଳିକାଣ୍ଡ ହୋଇଛି ।ଏହି ଘଟଣାରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି ।ଜନଗହଳି ପୂର୍ଣ୍ଣ କଲମ୍ବିଆନ ସେଣ୍ଟରର ଏକ ମଲରେ ଅକସ୍ମାତ ଗୁଳିକାଣ୍ଡ ଯୋଗୁ ଆତଙ୍କ ପ୍ରକାଶ ପାଇଛି ।ଗୁଳିକାଣ୍ଡ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ପ୍ରକାଶ ପାଇଥିଲା ଏବଂ ଲୋକମାନେ ବିଭିନ୍ନ ସ୍ଥାନରେ ଲୁଚିଯାଇଥିଲେ ।ଆଗ୍ନେୟାସ୍ତ୍ର ଧରିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଲୋକଙ୍କ ଉପରକୁ ଗୁଳି ମାରିଥିବା ପୋଲିସ କହିଛି ।ଆହତ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।ଅଭିଯୁକ୍ତଙ୍କ ବୟସ ୧୫ରୁ ୭୩ ବର୍ଷ ବୟସ ମଧ୍ୟରେ ।
ତେବେ ଆମେରିକାରେ ଏହା ଏକ ସାଧାରଣ ଘଟଣା ହୋଇଗଲାଣି ।କାରଣ ବିଗତ ବର୍ଷ ମାନଙ୍କରେ ଅନେକ ଥର ଏପରି ଘଟଣା ଘଟିଛି ।
ଏଠାରେ ପ୍ରଶ୍ନ ଉଠେ ଆମେରିକାରେ କାହିଁକି ବାରମ୍ବାର ଏପରି ଘଟଣା ଘଟୁଛି ? ଏହାର ଉତ୍ତର ହେଉଛି ଯେ, ଆମେରିକାରେ ଅତ୍ୟନ୍ତ କୋହଳ ବନ୍ଧୁକ ଆଇନ୍ ରହିଛି ।ଅର୍ଥାତ୍ ଲୋକମାନେ ସହଜରେ ବନ୍ଧୁକ କିଣିପାରିବେ ।ପୁଣି ଲୋକମାନଙ୍କୁ ବନ୍ଧୁକ ରଖିବାର ଅଧିକାର ଖୋଦ ଆମେରିକାର ସମ୍ବିଧାନ ପ୍ରଦାନ କରିଛି ।ଏଣୁ ଆମେରିକାର ସପିଂ ମଲ, ଓ୍ବାଲମାର୍ଟ ଷ୍ଟୋର କିମ୍ବା ଏକ୍ସକ୍ଲୁସିଭ ପାରିବାରିକ ଷ୍ଟୋରରେ ବନ୍ଧୁକ ମିଳିଥାଏ ।ଏହାର ଫାଇଦା ନେଇ ଆମେରିକାରେ ଘରେ ଘରେ ବନ୍ଧୁକ ରହିଛି ।
ଏକ ତଥ୍ୟ ଅନୁସାରେ ଆମେରିକାର ଗୁଳିକାଣ୍ଡ ଯୋଗୁଁ ପ୍ରତି ବର୍ଷ ପ୍ରାୟ ୪୦ ହଜାର ଲୋକ ମୃତ୍ୟୁବରଣ କରିଥାନ୍ତି ।ଏଣୁ ଆଜିର ଘଟଣା ଆମେରିକାରେ ଏକ ସ୍ବାଭାବିକ ଘଟଣାରେ ପରିଣତ ହୋଇଛି ।
https://socialnewsodiaofficial.blogspot.com
0 Comments