24-APRIL-2022
📌
by Srinibash Rout in Odisha
ପାମୋଲିନ ତେଲ ରପ୍ତାନୀ ଉପରେ କଟକଣା ଲଗାଇଲା ଇଣ୍ଡୋନେସିଆ। ପାମୋଲିନ ତେଲର ରପ୍ତାନୀ ଉପରେ ଇଣ୍ଡୋନେସିଆ କଟକଣା ଲଗାଇବା ପରେ ଦେଶରେ ଆହୁରି ବଢ଼ିପାରେ ଖାଇବା ତେଲ ଦର ।ପାମ ତେଲ ରପ୍ତାନିକାରୀ ଦେଶ ଇଣ୍ଡୋନେସିଆ ଖାଇବା ତେଲ ରପ୍ତାନୀ ଉପରେ କଟକଣା ଲଗାଇଛି ।ଇଣ୍ଡୋନେସିଆ ପାମ ତେଲ ର ଉତ୍ପାଦକ ଦେଶ, ହେଲେ ନିଜର ସଂକଟ ସୁଧାରିବାକୁ ଏବେ ରପ୍ତାନୀ ବନ୍ଦ୍ କରିବାକୁ ବାଧ୍ୟ ହୋଇଛି। ଇଣ୍ଡୋନେସିଆରେ ଲିଟରେ ଖାଇବା ତେଲ ଲାଗି ଏବେ ଲୋକଙ୍କୁ ୨୨ ହଜାର ଟଙ୍କା (ସ୍ଥାନୀୟ ମୁଦ୍ରାରେ) ଦେବାକୁ ପଡ଼ୁଛି। ଏଣୁ ଦେଶର ଚାହିଦା ପୂରଣ ଲାଗି ସରକାର ରପ୍ତାନୀ ବନ୍ଦ୍ କରିବାକୁ ଘୋଷଣା କରିଛନ୍ତି। ଅନ୍ୟପଟେ ପାମୋଲିନ
ଅଏଲ ବା ପାମ ତେଲ ମୂଲ୍ୟ ବଢ଼ିବା ପରେ ତାହାର ପ୍ରଭାବ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ଉପରେ ପଡ଼ିବାର ଆଶଙ୍କା ରହିଛି ।
ଇଣ୍ଡୋନେସିଆର ଏହି ନିଷ୍ପତ୍ତି ପରେ ପାମୋଲିନ ତେଲର ମୂଲ୍ୟ ବଢିବାର ଆଶଙ୍କା ବଢ଼ିଛି ।ବିଶ୍ବରେ ପାମ ତେଲ ଚାହିଦାର ୫୦ ପ୍ରତିଶତ ଇଣ୍ଡୋନେସିଆ ପୂରଣ କରିଥାଏ । ଖାଇବା ଠାରୁ ଆରମ୍ଭ କରି କସମେଟିକ ସାମଗ୍ରୀ ସବୁଥିରେ ବ୍ୟବହାର ହୋଇଥାଏ ପାମ ତେଲ ।ଏନେଇ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ କହିଛନ୍ତି ଯେ ଋଷ ୟୁକ୍ରେନ ଯୁଦ୍ଧରେ ଖାଦ୍ୟର ଦର ବୃଦ୍ଧି ପାଇବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲର ପାମୋଲିନ ବିକଳ୍ପ ପାଲଟିବା ଇଣ୍ଡୋନେସିଆରେ ଏବେ ଖାଦ୍ୟ ତୈଳ ସଂକଟ ଦେଖା ଦେଇଛି।
ପୂର୍ବରୁ ଜାନୁୟାରୀ ୨୦୨୨ରେ ଇଣ୍ଡୋନେସିଆ ପାମ ତେଲ ରପ୍ତାନୀ ଉପରେ କଟକଣା ଲଗାଇଥିଲା ।ଭାରତରେ ତେଲ ରେଟ୍ ଏଥିଯୋଗୁଁ ବୃଦ୍ଧି ପାଇଥିଲା ।ତେବେ ମାର୍ଚ୍ଚରେ ଅବଶ୍ୟ ଏହି କଟକଣା ଉଠା ଯାଇଥିଲା ।
(ୟୁକ୍ରେନ ଯୁଦ୍ଧକୁ ୨ ମାସରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ଏହାର ସମାଧାନ ବାହାରିବା ପରିବର୍ତ୍ତେ ସ୍ଥିତି ଆହୁରି ସଙ୍ଗୀନ ହେଉଛି ।ଏହାରି ପ୍ରଭାବ ଭାରତ ଉପରେ ମଧ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପଡ଼ୁଛି)
https://socialnewsodiaofficial.blogspot.com
0 Comments