Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ରାଇଡର୍ ଗ୍ୟାଙ୍ଗ: ପୋଲିସ ଟାର୍ଗେଟ ରେ ରାଇଡର୍ ଗ୍ୟାଙ୍ଗର ରିଙ୍ଗମାଷ୍ଟର,ଅଳ୍ପ ବୟସରେ ଭେଟେରାନ୍ କ୍ରିମିନାଲ୍ - କେତେବେଳେ ପ୍ରାତଃ ଭ୍ରମଣକାରୀଙ୍କୁ ଟାର୍ଗେଟ କରୁଥିଲେ ତ ପୁଣି କେବେ ଡ଼କାୟତି ।

 


17-APRIL-2022


📌


BY: SRINIBASH ROUT

ଅଳ୍ପ ବୟସରେ ଭେଟେରାନ୍ କ୍ରିମିନାଲ୍ ।କେତେବେଳେ ବଡ଼ି ଭୋରୁ ମାଆ ଓ ଛୁଆଙ୍କୁ ହାଣି ଲୁଟ୍ ତ ପୁଣି କେବେ ଡକାୟତି ।ବାଇକରେ ଆସୁଥିଲେ, ହାଣୁଥିଲେ ଓ ଲୁଟୁଥିଲେ । ଟାର୍ଗେଟରେ ଥିଲେ ମର୍ଣ୍ଣିଂ ଓ୍ୱାର୍କରେ ବାହାରୁଥିବା ଲୋକ ।ବିଳମ୍ବିତ ରାତିରେ ଫେରୁଥିବା ବ୍ୟବସାୟୀଙ୍କୁ ପିଛା କରୁଥିଲେ ରାଇଡର୍ ଗ୍ୟାଙ୍ଗ ।ଗୁରୁବାର ଅର୍ଥାତ୍ ୧୪ ତାରିଖରେ ଏହି ରାଇଡର୍ ଗ୍ୟାଙ୍ଗର ରିଙ୍ଗମାଷ୍ଟର ରାଜେଶ ମହାପାତ୍ର ଘରେ କମିଶନରେଟ୍ ପୋଲିସର ଏକ ଟିମ୍‌ ମେଟାଲ ଡିଟେକ୍ଟର ସାହାଯ୍ୟରେ ଚଢ଼ାଉ କରିଥିଲେ ।ତେବେ ଗୁରୁବାର କ୍ୟାପିଟାଲ୍ ଥାନା ଅଞ୍ଚଳରେ ଥିବା ରାଜେଶର ଘର ଓ ପିଚୁପଡା ବସ୍ତିରେ ଏହି ଚଢ଼ାଉ କରିଥିଲା ପୋଲିସ ।ଚଢ଼ାଉ ବେଳେ ମେଟାଲ ଡିକ୍ଟେଟର ସାହାଯ୍ୟରେ ପୋଲିସ ଖୋଳି ବାହାର କରିଛି ଭୂଜାଲି ଓ ଖେଳନା ବନ୍ଧୁକ ।ତା’ ସହ ମିଳିଲା ଖେଳନା ଗୁଳି।


ମାତ୍ର ୨୦ବର୍ଷ ବୟସରେ ଭେଟେରାନ୍ କ୍ରିମିନାଲ୍ .. ରାଜେଶ ମହାପାତ୍ର ।ଅନ୍ଧାର ହେଲେ ବନ୍ଧୁକ ଦେଖାଇ ରାଜେଶ ଓ ତା’ ସାଙ୍ଗ ଲୋକଙ୍କୁ ଭୟଭୀତ କରି ଲୁଟୁଥିଲେ ।ଯେଉଁ ଲୋକ ବନ୍ଧୁକକୁ ଡରୁ ନଥିଲେ, ରାଜେଶର ସହେଯାଗୀ ଖେଳନା ଗୁଳି ଚଳାଇ ଲୋକଙ୍କୁ ଆତଙ୍କିତ କରୁଥିଲା ।


ତେବେ ରାଜେଶ ମହାପାତ୍ର ନାଁରେ ପୁର୍ବରୁ ଗଙ୍ଗନଗରରେ ଜଣକୁ ମରଣାନ୍ତକ ଆକ୍ରମଣ ମାମଲା ରହିଥିବା ବେଳେ ୟୁନିଟ୍-୮ ରେ ବୋମା ମାଡ଼ ସହ ଅନେକ ଚେନ୍ ସ୍ନାଚିଂ କେସ୍ ରହିଛି ।ଅନ୍ୟପଟେ ତା ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧରେ ସାମିଲ୍ ଥିବା ମାମଲା ରହିଛି ।





https://socialnewsodiaofficial.blogspot.com

Post a Comment

0 Comments