।
27-APRIL-2022
📌
BY Srinibash Rout in Odisha
ବିଫଳ ହେଲା ପାକିସ୍ତାନର ଷଡ଼ଯନ୍ତ୍ର, ଆରବ ସାଗରରୁ ପାକିସ୍ତାନୀ ବୋଟ୍ ବା ଡ଼ଙ୍ଗା ରୁ ଜବତ ହେଲା ୨୮୦କୋଟି ଟଙ୍କାର ହେରୋଇନ୍ ।ଗୁଜରାଟ ଏଟିଏସ୍ ଏବଂ ଇଣ୍ଡିଆ କୋଷ୍ଟଗାର୍ଡ (ଆଇସିଜି)ର ମିଳିତ ଅପରେସନ୍ରେ ୯ ଜଣ କ୍ରୁ ସଦସ୍ୟଙ୍କ ସହ ପାକିସ୍ତାନୀ ବୋଟ୍କୁ ଜବତ କରିଛି ।ପାକିସ୍ତାନୀ ଡଙ୍ଗାକୁ ଧରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଏଟିଏସକୁ ଗୁଳି ଚଳାଇବାକୁ ପଡ଼ିଛି।
ଭାରତୀୟ କୋଷ୍ଟଗାର୍ଡ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନୀ ବୋଟ୍ ‘ଅଲ ହଜ୍’ରେ ୯ ଜଣ କ୍ରୁ ସଦସ୍ୟ ରହିଥିଲେ ।ବୋଟ୍ଟି ରାତିରେ ଭାରତୀୟ ଜଳ ସୀମା ଭିତରକୁ ପ୍ରବେଶ କରିଥିଲା ।ଗୁଇନ୍ଦା ସୂଚନା ମିଳିବା ପରେ ଗୁଜରାଟର ଏଟିଏସ୍ ଏବଂ ଭାରତୀୟ କୋଷ୍ଟଗାର୍ଡ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ।ସେମାନଙ୍କୁ ଦେଖି ପାକିସ୍ତାନୀ ବୋଟ୍ରେ ଥିବା କ୍ରୁ ସଦସ୍ୟମାନେ ହେରୋଇନ୍ ପ୍ୟାକେଟ୍ କୁ ପାଣି ଭିତରକୁ ଫିଙ୍ଗି ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ ।କିନ୍ତୁ ସେମାନେ ସଫଳ ହୋଇପାରିନଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ହେରୋଇନ୍ ପ୍ୟାକେଟ୍ ଉଦ୍ଧାର କରାଯାଇଛି ।ପାକିସ୍ତାନୀ ବୋଟ୍ ଖିପ୍ର ବେଗରେ ଗତି କରିବାରେ ସକ୍ଷମ ଥିଲା ।କିନ୍ତୁ ଯେତେବେଳେ ପାକିସ୍ତାନୀ କ୍ରୁ ସଦସ୍ୟମାନେ ଖସିଯିବାକୁ ଚେଷ୍ଟା କରିଥିଲେ ସେମାନଙ୍କୁ ଅଟକାଇବା ପାଇଁ ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ଗୁଳି ବିନିମୟ କରାଯାଇଥିଲା ।ତାପରେ ସେମାନେ ଧରାପଡିଯାଇଥିଲେ ।ପାକିସ୍ତାନୀ ବୋଟ୍ରେ ଥିବା ଜଣେ କ୍ରୁ ସଦସ୍ୟ ଆହତ ହୋଇଥିବା ବେଳେ ଅନ୍ୟ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି ।ଏ ନେଇ ଅଧିକ ଛାନଭିନ୍ ପାଇଁ ପାକିସ୍ତାନୀ ବୋଟ୍କୁ ଜଖାଉକୁ ନିଆଯାଉଛି ।ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଏହି ସୂଚନା ଦେଇଛନ୍ତି।
(ଭାରତୀୟ ତଟରକ୍ଷୀ ବାହିନୀର ପାଟ୍ରୋଲିଂ ସମୟରେ ପାକିସ୍ତାନ ଡ଼ଙ୍ଗା ‘ଅଲ ହଜ’ ଧରାପଡ଼ିଛି)
https://socialnewsodiaofficial.blogspot.com
0 Comments