30-APRIL-2022


📌


BY: SRINIBASH ROUT

ଦକ୍ଷିଣ ଆଣ୍ଡାମାନସାଗର ଏବଂ ଆଖପାଖ ଅଞ୍ଚଳରେ ଦାନା ବାନ୍ଧୁଛି ବାତ୍ୟା ।ଆସନ୍ତା ମେ’ ୪ ତାରିଖ ବେଳକୁ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।ଏହା ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି ।ସେପଟେ ଏହି ଲଘୁଚାପ ବତ୍ୟାରେ ପରିଣତ ହେଇପାରେ ।ଭୀଷଣ ବାତ୍ୟାରେ ରୂପ ନେବା ପରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ ବୋଲି ବିଭିନ୍ନ ମଡେ଼ଲ ଆକଳନ କରିଛନ୍ତି ।


କୃଷି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ କରି କହିଛନ୍ତି, ଗତ ତିନିଦିନ ହେଲା ବିଭିନ୍ନ ମଡେଲ ବଙ୍ଗୋପସାଗରରେ ଲଘୁଚାପ ଓ ବାତ୍ୟା ସୃଷ୍ଟି ନେଇ ଆକଳନ କରିଛନ୍ତି ।ଆକଳନ ବି ବାରମ୍ବାର ପରିବର୍ତ୍ତନ ହୋଇଛି ।ତେବେ ଶୁକ୍ରବାର ୨୯ ତାରିଖ ଅପରାହ୍ନରେ ଉଭୟ ଜିଏଫଏସ୍ ଏବଂ ଇସିଏଚ୍ଡବ୍ଳୁ୍ୟଏଫ୍ ମଡେଲ ଆକଳନରେ ଅନେକ ସମ୍ଭାବନା ଆସିଛି। ମେ’ ୪ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୫ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଣ୍ଡାମାନର ଦକ୍ଷିଣରେ ଏକ ଲଘୁଚାପରେ ପରିଣତ ହେବ ।ଉଭୟ ସମୁଦ୍ର ଓ ବାୟୁମଣ୍ଡଳର ପରିସ୍ଥିତି ଅଧିକ ଘନୀଭୂତ ପାଇଁ ଅନୁକୂଳ ରହିଛି ।ଫଳତଃ ମେ’ ୬ରେ ଅବପାତ, ୭ରେ ବାତ୍ୟା ଓ ୮ରେ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ।


ବର୍ତ୍ତମାନ ମଡେ଼ଲ କହୁଛି, ମେ’ ୬ରେ ଗତିପଥ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଦକ୍ଷିଣ ଉପକୂଳ ଆଡ଼କୁ ମୁହାଁଇବ ।ଯଦି ଏହା ହୁଏ, ୮ ତାରିଖ ରାତିରୁ ଉପକୂଳ ଓଡ଼ିଶାର ପାଗରେ ପରିବର୍ତ୍ତନ ସହିତ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇପାରେ। ୧୦ ତାରିଖରେ ଆନ୍ଧ୍ର ଉପକୂଳରେ ଛୁଇଁ ପାରେ ।ଅଷ୍ଟ୍ରେଲିଆର ଗୋଟିଏ ମଡେ଼ଲ କହୁଛି ଯେ ଏହା ୮ ତାରିଖ ପରେ ରିକୁ୍ୟଭ ହୋଇପାରେ ।ଏହି ପ୍ରାଥମିକ ଆକଳନରେ ପରିବର୍ତ୍ତନ ହେବ ।ତେଣୁ ଲଘୁଚାପ ସୃଷ୍ଟି ହେବା ପରେ ଅଧିକ କହି ହେବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି ।



https://socialnewsodiaofficial.blogspot.com