Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ରାଜରାସ୍ତାରେ ସରକାରୀ କର୍ମଚାରୀ ସଙ୍ଘ; ପୁରୁଣା ପେନସନ ନୀତି ଲାଗୁ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ସରକାରୀ କର୍ମଚାରୀ ସଙ୍ଘ - ନୂତନ ପେନସନ ବ୍ୟବସ୍ଥା କୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ ଦାବି ।

 


14-APRIL-2022


📌


BY: SRINIBASH ROUT

ନୂତନ ପେନସନ ବ୍ୟବସ୍ଥା-୨୦୦୫ କୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ବୁଧବାର ୧୩ ତାରିଖ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଉପଖଣ୍ଡ ଶିକ୍ଷକ ସଂଘ,ଭି ଏ ଡବ୍ଲୁ, ନରସିଂହ ସଂଗଠନ, ରାଜସ୍ୟ ଅମଲା ସଙ୍ଘ ର ଏକ ବିରାଟ ଶୋଭାଯାତ୍ରା ମାଆ ଭଣ୍ଡାର ଘରଣୀ ମନ୍ଦିର ଠାରୁ ସହର ପରିକ୍ରମା କରି ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଂମ୍ମୁଖରେ ଏକ ସଭା କରାଯାଇଥିଲା ।


ଗତ ୧.୧.୨୦୦୫ ମସିହାରେ ନୂତନ ପେନସନ ସ୍କିମ ଲାଗୁ ହେବା ପରଠାରୁ ଚାକିରି କରୁଥିବା ସମସ୍ତ କର୍ମଚାରୀଙ୍କ ଜମା ଅର୍ଥରାଶି NSDL ଦ୍ୱାରା ସେୟାର ବଜାରରେ ନିବେଶ କରାଯାଉଛି ।ଫଳରେ ଜମା ଅର୍ଥରାଶିର ନିବେଶ କରଯୁକ୍ତ ରହିଛି, ଯଦ୍ୱାରା ୩୦ ବର୍ଷ ଚାକିରି କାଳ ଅତିବାହିତ କରି ଅବସର ଗ୍ରହଣ କଲାପରେ ମଧ୍ୟ ଜଣେ କର୍ମଚାରୀ ହଜାରେ, ବାରଶହ ତ ଆଉ କିଏ ମାତ୍ର ଦୁଇହଜାର ପେନସନ ପାଉଛନ୍ତି ।


ତେବେ ଅବସର ଜୀବନରେ ଏହି ଟଙ୍କା ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି ଶିକ୍ଷକମାନେ ଅଭିଯୋଗ କରିଛନ୍ତି ।ତେଣୁ ରାଜ୍ୟ ସରକାର ନୂତନ ପେନସନ ନୀତିକୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଧର୍ମଗଡ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।



https://socialnewsodiaofficial.blogspot.com

Post a Comment

0 Comments